ଅନୁପମା ସେଟ୍‌ରେ ମିଥୁନ ଦା

ମୁମ୍ବାଇ: ଟେଲି ଜଗତର ତଥା ଷ୍ଟାର ପ୍ଲସ୍‌ର ପପୁଲାର ସିରିୟଲ୍‌ ‘ଅନୁପମା’ର ଶୁଟିଂ ସେଟ୍‌ରେ ପହଞ୍ଚିଥିଲେ ବଲିଉଡ୍‌ ଭେଟେରାନ ଅଭିନେତା ମିଥୁନ ଚକ୍ରବର୍ତ୍ତି। ହଠାତ୍‌ ମିଥୁନଙ୍କର ସରପ୍ରାଇଜ୍‌ ଭିଜିଟ୍‌କୁ ଦେଖି ସେଟ୍‌ରେ ଥିବା ସମସ୍ତ ଷ୍ଟାରକାଷ୍ଟ ଆଶ୍ଚର୍ଯ୍ୟ ହେବା ସହ ବେଶ୍‌ ଖୁସି ହୋଇଯାଇଥିଲେ। ଏହାପରେ ମିଥୁନ ଦା ସମସ୍ତ ଷ୍ଟାର କାଷ୍ଟଙ୍କ ସହ ଫଟୋ ଉଠାଇଥିବା ଦେଖିବାକୁ ମିଳିଛି। ଏହି ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ତେବେ ମିଥୁନଙ୍କ ଏହି ସରପ୍ରାଇଜ୍‌ରେ ଶୋ’ରେ କାବ୍ୟା ଭୂମିକାରେ ଥିବା ଅଭିନେତ୍ରୀ ମଦଲାଶା ଶର୍ମା ତଥା ତାଙ୍କ ବୋହୁ ଏଭଳି ପ୍ରତିକ୍ରିୟା ଦେଇଛନ୍ତି। ବାପାଙ୍କ ଏହି ସରପ୍ରାଇଜରେ ସେ ବେଶ୍‌ ଖୁସି ଜାହିର କରିଛନ୍ତି। ବାପାଙ୍କୁ ଦେଖିବା ପରେ ପୁରା ସେଟ୍‌ରେ ଏକ ଖୁସିର ମାହୋଲ ଖେଳିଯାଇଥିଲା। ସମସ୍ତେ ତାଙ୍କ ସହିତ ଫଟୋ ଉଠାଇବା ସହ କଥାବାର୍ତ୍ତା ହୋଇଥିଲେ। ମଦଲାସାଙ୍କ ଅଭିନୟକୁ ନେଇ ମିଥୁନ ପଜିଟିଭ୍‌ ରିଭ୍ୟୁ ଦେଇଥିବା ବେଳେ ଏଭଳି ଶୋ’ ନିର୍ମାଣ କରି ରାଜନ ସାହିଙ୍କୁ ସେ ବେଶ୍‌ ପ୍ରଶଂସା କରିଥିଲେ। ବାପାଙ୍କର ସେଟ୍‌କୁ ଆସିବା ଏବଂ ସମସ୍ତଙ୍କୁ ଆଶୀର୍ବାଦ ଦେବା, ଏହା ଏକ ଅଦ୍ଭୁତ ଅନୁଭୂତି ବୋଲି ମଦଲାସା କହିଛନ୍ତି। ଏଥିସହ ସେ କହିଛନ୍ତି, ତାଙ୍କ ଶାଶୁ ଯୋଗିତା ବାଲି ମଧ୍ୟ ଅନୁପମା ଶୋ’ର ଜଣେ ବଡ଼ ପ୍ରଶଂସକ। ଏହି ଶୋ’ର ସମସ୍ତ ଏପିସୋଡ୍‌ ସେ ଦେଖିଥାନ୍ତି ବୋଲି ମଦଲାସା କହିଛନ୍ତି।

Share