Categories: ଜାତୀୟ

ମିଥୁନ ଧରିବେ ପଦ୍ମ !

କୋଲକାତା,୭।୩: ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ଭୋଟିଂ ମାର୍ଚ୍ଚ ୨୭ରେ ହେବାକୁ ଯାଉଛି। ଏହା ପୂର୍ବରୁ ଭାଜପା ଦଳରେ ରାଜ୍ୟରେ ଖ୍ୟାତି ସମ୍ପନ୍ନ ବ୍ୟକ୍ତିଙ୍କୁ ମିଶାଇବା ପ୍ରକ୍ରିୟା ଜାରି ରଖିଛି। ଏବେ ଅଭିନେତା ମିଥୁନ ଚକ୍ରବର୍ତ୍ତୀ ଭାଜପାରେ ଯୋଗଦେବାର ନିଷ୍ପତ୍ତି ହୋଇଛି। ଭାଜପାର ଜାତୀୟ ଜେନେରାଲ ସେକ୍ରେଟାରୀ କୈଳାସ ବିଜୟଭର୍ଗିୟ ମିଥୁନଙ୍କୁ ତାଙ୍କ ବେଲଗାଛିଆ ସ୍ଥିତ ବାସଭବନରେ ଶନିବାର ରାତ୍ରରେ ଭେଟିଛନ୍ତି। ରବିବାର ବ୍ରିଗେଡ ପରେଡ଼ ପଡ଼ିଆରେ ହେବାକୁ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ରାଲିରେ ମିଥୁନ ଯୋଗ ଦେବେ ବୋଲି ଚର୍ଚ୍ଚା ହେଉଛି। ଏହି ଅବସରରେ ସେ ଆନୁଷ୍ଠାନିକ ଭାବେ ଭାଜପାରେ ଯୋଗଦେବାର ଯୋଜନା ରହିଛି।

Share