Categories: ଫୁରସତ

ମଣିଷ ଟିସୁର ପ୍ରିଣ୍ଟ ବାହାର କରିବ ‘ମିଟୋ ପ୍ଲସ୍‌’

ନୂଆଦିଲ୍ଲୀ: ଏଣିକି ମଣିଷ ଟିସୁର ପ୍ରିଣ୍ଟ୍‌ ଆଉଟ୍‌ ବାହାରିବ। ବାୟୋଇଙ୍କ୍‌ ବ୍ୟବହାର କରି ଏହି ପ୍ରିଣ୍ଟ ବାହାର କରାଯିବ। ତେବେ ଏ ନେଇ ଭାରତର ଷ୍ଟାର୍ଟଅପ୍‌ କମ୍ପାନୀ ମିଟୋ ପ୍ଲାସ ନାମରେ ଏକ ପ୍ରିଣ୍ଟର ମେଶିନ୍‌ ତିଆରି କରିଛି। ବର୍ତ୍ତମାନ ମିଟୋ ପ୍ରିଣ୍ଟର ବ୍ୟବହାର ବେଙ୍ଗାଲୁରୁସ୍ଥିତ ଇଣ୍ଡିଆନ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ସାଇନ୍ସ (ଆଇଆଇଏସ୍‌ସି)ରେ ଆରମ୍ଭ କରାଯାଇଛି। ଆଇଆଇଏସ୍‌ସି ଏବଂ ଆଇଆଇଟି ମାଡ୍ରାସ୍‌ ମିଳିତ ଭାବେ ଥ୍ରୀ-ଡି ବାୟୋପ୍ରିଣ୍ଟରକୁ ତିଆରି କରିଛନ୍ତି। ବର୍ତ୍ତମାନ ଏହି ପ୍ରିଣ୍ଟରର ମୂଲ୍ୟ ୧.୩ ବିଲିୟନ୍‌ ରହିଥିବାବେଳେ ୨୦୨୭ ବେଳକୁ ଏହା ୩.୩ ବିଲିୟନ୍‌ ଡଲାରରେ ପହଞ୍ଚିବ। ମେଡିସିନ୍‌ ତିଆରି କରିବାଠାରୁ ଆରମ୍ଭ କରି ଔଷଧ ପରୀକ୍ଷଣରେ ଏହାକୁ ବ୍ୟବହାର କରାଯାଇ ପାରିବ। ପ୍ଲାଷ୍ଟିକ୍‌ କିମ୍ବା ପେପରରେ କୌଣସି ପ୍ରିଣ୍ଟ ଆଉଟ୍‌ ମିଟୋ ପ୍ଲସ୍‌ରୁ ବାହାରି ନ ଥାଏ। ଏହା ବଦଳରେ ଏକାଧିକ ବାୟୋ ମ୍ୟାଟେରିଆଲ ସ୍ତର ଏହାର ପ୍ରିଣ୍ଟଆଉଟ୍‌ରୁ ବାହାରେ।

Share