ମିତ୍ସୋତାକିସ୍‌ ଗ୍ରୀସ୍‌ ପ୍ରଧାନମନ୍ତ୍ରୀ ନିର୍ବାଚିତ

ଏଥେନ୍ସ, ୨୭ା୬: ଗ୍ରୀକ୍‌ ପାର୍ଲାମେଣ୍ଟ ନିର୍ବାଚନରେ ନିଉ ଡେମୋକ୍ରାଟିକ୍‌ ପାର୍ର୍ଟି ନେତା କିରିଆକୋସ୍‌ ମିତ୍ସୋତାକିସ୍‌ ବିରୋଧୀ ବାମଦଳକୁ ରେକର୍ଡ ବ୍ୟବଧାନରେ ପରାଜିତ କରି ସୋମବାର ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ମୋଟ ୯୯.୭୦ ପ୍ରତିଶତ ଭୋଟ ଗଣତି ହୋଇଥିବାବେଳେ ମିତ୍ସୋତାକିସ୍‌ଙ୍କ ଦଳକୁ ୪୦.୫୫ ପ୍ରତିଶତ ଭୋଟ ମିଳିଥିଲା। ମୁଖ୍ୟ ବିରୋଧୀ ଦଳ ମାତ୍ର ୧୭.୮୪ ପ୍ରତିଶତ ଭୋଟ ପାଇଛି। ୫୦ ବର୍ଷ ମଧ୍ୟରେ ଏହା ସର୍ବାଧିକ ବ୍ୟବଧାନରେ ବିଜୟ।

Share