Advertisement

ଭାଜପା ମଣ୍ଡଳ ସଭାପତି ହେଲେ ମିଟୁ ସାହୁ, କହିଲେ ସମସ୍ତଙ୍କୁ ନେଇ ଦଳ ପାଇଁ…

ଦାରିଙ୍ଗବାଡ଼ି,୬ା୧(ଅରୁଣ ସାହୁ): କନ୍ଧମାଳ ଜିଲାର ବିଭିନ୍ନ ମଣ୍ଡଳ ପାଇଁ ସଭାପତି ଚୟନ ହୋଇଯାଇଛି। ଦଳର ରାଜ୍ୟ ନିର୍ବାଚନ ଅଧିକାରୀ ପ୍ରତାପ ଷଡ଼ଙ୍ଗୀ ଏହି ନାମ ତାଲିକା ଘୋଷଣା କରିସାରିଛନ୍ତି। ଏହି ପ୍ରରିପ୍ରେକ୍ଷୀରେ ଦାରିଙ୍ଗବାଡ଼ି ବ୍ଲକର ମଣ୍ଡଳ ସଭାପତି ଭାବେ ମିଟୁ ସାହୁଙ୍କ ନାମ ଘୋଷଣା କରାଯାଇଛି। ତାଙ୍କୁ ଏହି ଦାୟିତ୍ୱ ମିଳିବା ପରେ ଦାରିଙ୍ଗବାଡ଼ି ଭାଜପା ଦଳକୁ ଆହୁରି ଶକ୍ତିଶାଳୀ କରିବାରେ ପଦକ୍ଷେପ ନେବି ବୋଲି ସେ କହିବା ସହ ସମସ୍ତ ଦଳୀୟକର୍ମୀଙ୍କ ସହ ଆଲୋଚନା କରି ସମସ୍ତଙ୍କୁ ନେଇ ଦଳ ପାଇଁ କାର୍ଯ୍ୟ କାରିବେ ବୋଲି କହିଛନ୍ତି। ଆଗାମୀ ଦିନରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ରହିଥିବାରୁ ଦଳକୁ ସୁଦୃଢ଼ କରିବା ସହ ନିର୍ବାଚନରେ ଭଲ ପ୍ରଦର୍ଶନ କରିବୁ ବୋଲି ସେ ଆଶା ରଖିଥିବା କହିଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share
Tags: bjp