ବିଜେଡିର ମିଶ୍ରଣ ପର୍ବ

ବାସୁଦେବପୁର,୪।୯ (ନାରାୟଣ ପ୍ରସାଦ ବାରିକ୍‌): ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ନରସିଂହପୁର ପଞ୍ଚାୟତର ଶନିମନ୍ଦିର ନିକଟରେ ବିଜେଡିର ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି। ବିଧାୟକ ବିଷ୍ଣୁବ୍ରତ ରାଉତରାୟ ଯୋଗଦେଇ ରାଜ୍ୟ ସରକାରଙ୍କ ଜନକଲ୍ୟାଣକାରୀ ଯୋଜନା ସମ୍ପର୍କରେ ଲୋକଙ୍କୁ ଅବଗତ କରିବା ସହ ଦଳକୁ ଅଧିକ ମଜଭୁତ କରିବାକୁ ହେଲେ ୱାର୍ଡସ୍ତରର ସଙ୍ଗଠନ ଉପରେ ଗୁରୁତ୍ୱ ଦେବାକୁ କର୍ମୀମାନଙ୍କୁ ଆହ୍ବାନ ଜଣାଇଥିଲେ। ଅନ୍ୟ ଦଳ ଛାଡ଼ି ବିଜେଡିରେ ଯୋଗ ଦେଇଥିବା ୫୦ରୁ ଊର୍ଦ୍ଧ୍ୱ ବ୍ୟକ୍ତିଙ୍କୁ ବିଧାୟକ ଦଳୀୟ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ଦେଇ ସ୍ବାଗତ କରିଥିଲେ। ବ୍ଲକ ଅଧ୍ୟକ୍ଷ ନଗେନ୍ଦ୍ର ପ୍ରସାଦ ବିଶ୍ୱାଳ, ବିଧାୟକଙ୍କ ପ୍ରତିନିଧି ଅସିତ ଦାଶ, ବ୍ଲକ ବିଜେଡି ସଭାପତି ଦୀନବନ୍ଧୁ ଦାସ, ପୂର୍ବତନ ସମିତିସଭ୍ୟ ରବୀନ୍ଦ୍ର ପଣ୍ଡା, ରତିକାନ୍ତ ପଣ୍ଡାଙ୍କ ସମେତ ପଞ୍ଚାୟତସ୍ତରୀୟ ନେତୃମଣ୍ଡଳୀ ଉପସ୍ଥିତ ଥିଲେ।