Categories: ଜାତୀୟ

ମିଜୋରାମ ବିଧାନସଭା ନିର୍ବାଚନ: ୮ ଆସନରେ ଜେଡପିଏମ ବିଜୟୀ

ଆଇଜଲ,୪।୧୨: ମିଜୋରାମରେ ଜେଡପିଏମ ୮ଟି ଆସନରେ ଜିତିଥିବାବେଳେ ଏହା ୧୯ଟି ଆସନରେ ଆଗୁଆ ରହିଛି। ଏଥି ସହ ଭାଜପା ମଧ୍ୟ ତା’ର ଖାତା ଖୋଲିଛି। ସେ ଗୋଟିଏ ଆସନ ଜିତିଥିବାବେଳେ ସେ ଅନ୍ୟ ଗୋଟିଏ ଆସନରେ ଆଗୁଆ ଅଛି। କଂଗ୍ରେସ ଏବଂ ଏମଏନଏଫ ଏପର୍ଯ୍ୟନ୍ତ ଗୋଟିଏ ବି ଆସନ ଜିତି ନାହାଁନ୍ତି।
ମିଜୋରାମ ସ୍ବାାସ୍ଥ୍ୟମନ୍ତ୍ରୀ ଆର ଲାଲଥଙ୍ଗଲିଆନା ଦକ୍ଷିଣ ତୁଇପୁଇ ଆସନରୁ ଜେଡପିଏମର ଜେଜେ ଲାଲପେଖଲୁଆଙ୍କୁ ହରାଇଛନ୍ତି। ଜେଡପିଏମ ଏପର୍ଯ୍ୟନ୍ତ ୮ଟି ସିଟ ଜିତିଛି।
୪ଟି ରାଜ୍ୟ ରାଜସ୍ଥାନ, ମଧ୍ୟପ୍ରଦେଶ, ଛତିଶଗଡ ଏବଂ ତେଲଙ୍ଗାନା ପରେ ବର୍ତ୍ତମାନ ମିଜୋରାମ ବିଧାନସଭା ନିର୍ବାଚନ ପାଇଁ ଭୋଟ ଗଣନା ଚାଲିଛି।ଏହାପୂର୍ବରୁ, ମିଜୋରାମରେ ଭୋଟ ଗଣନା ଡିସେମ୍ବର ୩ରେ ଅନୁଷ୍ଠିତ ହେବାକୁ ଥିଲା, କିନ୍ତୁ ରାଜନୈତିକ ଦଳ, ଏନଜିଓ, ଛାତ୍ର ସଂଗଠନ ଏବଂ ଚର୍ଚ୍ଚର ଆବେଦନ ପରେ ନିର୍ବାଚନ ଆୟୋଗ ଏହାର ତାରିଖ ଡିସେମ୍ବର ୪କୁ ବଦଳାଇ ଦେଇଥିଲେ, କାରଣ ଏହା ଖ୍ରୀଷ୍ଟିଆନ-ପ୍ରାଧାନ୍ୟ ରାଜ୍ୟ ହୋଇଥିବାରୁ ରବିବାର ଲୋକଙ୍କ ପାଇଁ ବିଶେଷ ମହତ୍ୱ ରହିଥିଲା।
ମିଜୋରାମରେ ଭୋଟ ଗଣତି ପାଇଁ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଏଥର ମିଜୋ ନ୍ୟାସନାଲ ଫ୍ରଣ୍ଟ (MNF), ଜୋରାମ ପିପୁଲ୍ସ ମୁଭମେଣ୍ଟ (ଜେଡପିଏମ) ଏବଂ କଂଗ୍ରେସ ମଧ୍ୟରେ ଏକ ତ୍ରିକୋଣୀୟ ପ୍ରତିଯୋଗିତା ଆଶା କରାଯାଉଛି।

Share