Categories: ଜାତୀୟ

ବଦଳିଲା ମିଜୋରାମ ବିଧାନସଭା ନିର୍ବାଚନ ଫଳାଫଳର ତାରିଖ, ନୂଆ ତାରିଖ ଘୋଷଣା କଲେ ନିର୍ବାଚନ ଆୟୋଗ

ନୂଆଦିଲ୍ଲୀ,୧।୧୨: ଆଉ ଦିନକ ପରେ ବିଧାନସଭା ନିର୍ବାଚନର ଫଳାଫଳ ଘୋଷଣା ହେବ। କିଏ ବାଜିମାତ୍‌ କଲା ଆଉ କିଏ ଧରାଶାୟୀ ହେଲା ଜଣାପଡିବ। ନଭେମ୍ବର ୩୦ରେ ତେଲଙ୍ଗାନା ନିର୍ବାଚନ ଶେଷ ହେବା ପରେ ୫ରାଜ୍ୟର ବିଧାନସଭା ନିର୍ବାଚନ ଶେଷ ହୋଇଛି। ନଭେମ୍ବର ୩ ଅର୍ଥାତ୍‌ ରବିବାର ଭୋଟ ଗଣନା ହୋଇ ଫଳାଫଳ ପ୍ରକାଶ ପାଇବ। କିନ୍ତୁ ଫଳାଫଳ ଘୋଷଣା ନେଇ ବଡ ପରିବର୍ତ୍ତନ କରିଛନ୍ତି ନିର୍ବାଚନ ଆୟୋଗ। ବାକି ୪ ରାଜ୍ୟ ଛାଡି କେବଳ ମିଜୋରାମ ରେଜଲ୍ଟ ବାହାରିବା ତାରିଖକୁ ପରିବର୍ତ୍ତନ କରିଛନ୍ତି। ନଭେମ୍ବର ୩ ପରିବର୍ତ୍ତେ ୪ରେ ମିଜୋରାମ ବିଧାନସଭା ନିର୍ବାଚନର ମତଗଣନା ହୋଇ ରେଜଲ୍ଟ ବାହାରିବ।

ସୂଚନାଯୋଗ୍ୟ, ମିଜୋରାମ ଏନଜିଓସିସିର ସଦସ୍ୟ ରାଜ୍ୟର ବିଧାନସଭା ନିର୍ବାଚନ ପରେ ପ୍ରସ୍ତାବିତ ମତଗଣନା ତାରିଖକୁ ପରିବର୍ତ୍ତନ କରିବା ନେଇ ଦାବି କରି ଆସୁଥିଲେ।

Share