Advertisement

ଡାକ୍ତରଙ୍କୁ ଚାପୁଡା ମାରିଲେ ମୁଖ୍ୟମନ୍ତ୍ରୀଙ୍କ ଝିଅ

ଆଇଜଲ,୨୧।୮: ମିଜୋରାମ ମୁଖ୍ୟମନ୍ତ୍ରୀ ଜୋରାମଥାଙ୍ଗାଙ୍କ ଝିଅ ଡାକ୍ତରଙ୍କୁ ଚାପୁଡ଼ା ମାରୁଥିବାର ଏକ ଭିଡିଓ ଭାଇରାଲ ହୋଇଛି। ଘଟଣାର ଗୋଟିଏ ଦିନ ପରେ ମୁଖ୍ୟମନ୍ତ୍ରୀ ସର୍ବସାଧାରଣରେ କ୍ଷମା ମାଗିଛନ୍ତି। ସେ ତାଙ୍କ ଅଫିସିଆଲ ଇନଷ୍ଟାଗ୍ରାମ ଆକାଉଣ୍ଟରେ କହିଛନ୍ତି ଯେ, ସେ ତାଙ୍କ ଝିଅର ଏହି ଆଚରଣକୁ କୌଣସି ପ୍ରକାରେ ସଠିକ କହିପାରିବେ ନାହିଁ। ଝିଅ ଡାକ୍ତରଙ୍କ ନିକଟକୁ ଯାଇ ତାଙ୍କୁ କ୍ଷମା ମାଗିଛନ୍ତି। ମୁଁ ମଧ୍ୟ ଜନସାଧାରଣ ଏବଂ ଡାକ୍ତରଙ୍କୁ କ୍ଷମା ପ୍ରାର୍ଥନା କରୁଛି। ମୁଖ୍ୟମନ୍ତ୍ରୀଙ୍କ ପୁଅ ମଧ୍ୟ ସୋସିଆଲ ମିଡିଆରେ ଭଉଣୀଙ୍କ ତରଫରୁ କ୍ଷମା ମାଗି କହିଛନ୍ତି, ମାନସିକ ଚାପ ହେତୁ ତାଙ୍କ ଭଉଣୀ ଏଭଳି କାମ କରିଦେଇଛନ୍ତି।
ସୂଚନାଯୋଗ୍ୟ, ଜୋରାମଥାଙ୍ଗାଙ୍କଙ୍କ ଝିଅ ମିଲାରୀ ଛାଙ୍ଗତେ ଜଣେ ଡାକ୍ତରଙ୍କୁ ଚାପୁଡ଼ା ମାରିବା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଶନିବାର ଏହି ଆକ୍ରମଣକୁ ନିନ୍ଦା କରି ୮୦୦ରୁ ଅଧିକ ଡାକ୍ତରମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।

 

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share