Categories: ଜାତୀୟ

ଝାଡୁ ଧରି ହସ୍ପିଟାଲ ଚଟାଣ ସଫା କଲେ ମନ୍ତ୍ରୀ

ନୂଆଦିଲ୍ଲୀ,୧୫।୫: ଦେଶରେ କରୋନା ଭୟଙ୍କର ରୂପ ନେବାରେ ଲାଗିଛି। କରୋନାରେ ଧନୀ, ଗରିବ, ନେତା ଆକ୍ରାନ୍ତ ହୋଇ ହନ୍ତସନ୍ତ ହେବାରେ ଲାଗିଛନ୍ତି । ଏଭଳି ସ୍ଥିତିରେ ସୋସିଆଲ ମିଡିଆରେ ଘୂରି ବୁଲୁଛି ଏକ ଭିଡିଓ । ଭିଡିଓକୁ ଦେଖି ଲୋକେ ଖୁବ୍‌ ପ୍ରଶଂସା କରୁଛନ୍ତି। ଭିଡିଓରେ ଜଣେ ବ୍ୟକ୍ତି ମେଡିକାଲ ଗାଉନ ପିନ୍ଧି ହାତରେ ଝାଡୁ ଧରି ମେଡିକାଲର ଚଟାଣ ସଫା କରୁଛନ୍ତି। ସେ ହେଲେ ମିଜୋରାମର ଶକ୍ତି ଏବଂ ବିଦ୍ୟୁତ୍‌ ବିଭାଗ ମନ୍ତ୍ରୀ ଆର୍‌ ଲାଲଜିରଲିନା। ମେଡିକାଲ କର୍ମଚାରୀ କିମ୍ବା କର୍ତ୍ତୃପକ୍ଷଙ୍କୁ ଲଜ୍ଜିତ କରିବା ନୁହେଁ। ଝାଡୁ କରିବା ବା ଘର କାମ କରିବା ତାଙ୍କ ପାଇଁ ନୂଆ କଥା ନୁହେଁ । ଏହି କାମ ଘରେ ଓ ଅନ୍ୟ ଯେଉଁଠି ଆବଶ୍ୟକ ପଡେ ସେଠାରେ କରିଥାଏ ବୋଲି ମନ୍ତ୍ରୀ ନିଜେ ସ୍ବୀକାର କରିଛନ୍ତି। ଏହି ଭିଡିଓ ଭାଇରାଲ ହେବା ପରେ ଦେଖୁଥିବା ଲୋକ ମନ୍ତ୍ରୀଙ୍କ କାର୍ଯ୍ୟକୁ ପ୍ରଶଂସା କରୁଛନ୍ତି। ସୂଚନା ଯୋଗ୍ୟ, ଉକ୍ତ ହସ୍ପିଟାଲରେ ତାଙ୍କର ସ୍ତ୍ରୀ ଏବଂ ପୁଅ ମଧ୍ୟ କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଛନ୍ତି।

Share