Categories: ଜାତୀୟ

ଦୁର୍ନୀତି ମାମଲାରେ ଭାଜପା ବିଧାୟକ ଦୋଷୀ ସାବ୍ୟସ୍ତ: ବର୍ଷେ ଜେଲ୍‌

ଅଜଓ୍ବଲ,୨୬।୭: ମିଜୋରାମରେ ଭାଜପା ଏକ ବଡ଼ ସଙ୍କଟର ସମ୍ମୁଖୀନ ହୋଇଛି। ରାଜ୍ୟର ଏକମାତ୍ର ଭାଜପା ବିଧାୟକ ବୁଦ୍ଧ ଧନ ଚକମାଙ୍କୁ ଏକ ଦୁର୍ନୀତି ମାମଲାରେ ସ୍ବତନ୍ତ୍ର ଅଦାଲତ ଦୋଷୀ ସାବ୍ୟସ୍ତ କରିଛନ୍ତି। ୨୦୧୩ ରୁ ୨୦୧୮ ମଧ୍ୟରେ, ତୁଇଚାଙ୍ଗ ବିଧାୟକ ଚକମାଙ୍କ ସମେତ ୧୩ ଜଣଙ୍କୁ ସ୍ବୟଂଶାସିତ ଜିଲା ପରିଷଦର ୧.୩୭ କୋଟି ଟଙ୍କା ଦୁର୍ନୀତି ମାମଲାରେ ଏକ ବର୍ଷ କାରାଦଣ୍ଡରେ ଦଣ୍ଡିତ କରାଯାଇଛି।
ସରକାରୀ କ୍ଷମତାର ଅପବ୍ୟବହାର ତଥା ବିକାଶମୂଳକ କାର୍ଯ୍ୟ ପାଇଁ ସ୍ବତନ୍ତ୍ର ସହାୟତା ପାଣ୍ଠିରୁ ଟଙ୍କା ବିନିଯୋଗ କରିଥିବାରୁ ମିଜୋରାମର ଏକ ସ୍ବତନ୍ତ୍ର ଅଦାଲତ ଦୁର୍ନୀତି ମାମଲାରେ ବିଧାୟକ ଏବଂ ଅନ୍ୟ ୧୨ ନେତାଙ୍କୁ ଏକ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି। ଏହାସହ ୧୦ ହଜାର ଟଙ୍କା ଜୋରିମନା ମଧ୍ୟ କରାଯାଇଛି।

Share