ଦାନା ପାଇଁ ଏମ୍‌କେସିଜି ଡାକ୍ତର, କର୍ମଚାରୀଙ୍କ ଛୁଟି ବାତିଲ

ବ୍ରହ୍ମପୁର,୨୧।୧୦: ଗଞ୍ଜାମ ଜିଲାରେ ସମ୍ଭାବ୍ୟ ବାତ୍ୟା ‘ଦାନା’ର ମୁକାବିଲା ପାଇଁ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି। ପ୍ରବଳ ବର୍ଷା ଓ ସମ୍ଭାବ୍ୟ ବାତ୍ୟାକୁ ନଜରରେ ରଖି ଆସନ୍ତା ୨୬ତାରିଖ ପର୍ଯ୍ୟନ୍ତ ସମସ୍ତ କର୍ମଚାରୀଙ୍କ ଛୁଟି ବାତିଲ କରାଯିବା ସହିତ ମୁଖ୍ୟାଳୟ ନଛାଡ଼ି ପାଇଁ କୁହାଯାଇଛି।
ଅନ୍ୟପକ୍ଷେ ଏମ୍‌କେସିଜି ମେଡିକାଲ କର୍ତ୍ତୃପକ୍ଷ ମଧ୍ୟ ଡାକ୍ତର, ନର୍ସ ଓ ଅନ୍ୟ ସମସ୍ତ କର୍ମଚାରୀଙ୍କ ଛୁଟି ବାତିଲ କରିଛନ୍ତି। ବାତ୍ୟା ସମୟରେ ଜରୁରୀକାଳୀନ ସ୍ବାସ୍ଥ୍ୟସେବା ଯୋଗାଇବା ନିମନ୍ତେ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି। ଆସନ୍ତା ୨୩,  ୨୪ଓ  ୨୫ ଓ ତାରିଖ ତିନିଦିନ ଧରି ଏମ୍‌କେସିଜି ଡାକ୍ତର ଓ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଥିବା ପ୍ରଫେସର ଡା. ସୁଚିତ୍ରା ଦାଶ  ସୂଚନା ଦେଇଛନ୍ତି।
Share