ଏମ୍‌କେସିଜିରେ ନାହିଁ ବର୍ନ କେୟାର ୟୁନିଟ୍‌

ବ୍ରହ୍ମପୁର,୨୦ା୧(ନରସିଂହ ସାହୁ): ଏମ୍‌କେସିଜି ମେଡିକାଲ କଲେଜ ହସ୍ପିଟାଲରେ ଦୀର୍ଘବର୍ଷର ଦାବି ବର୍ନ କେୟାର ୟୁନିଟ ଖୋଲାଯାଉ ନ ଥିବା ପ୍ରତିବାଦରେ ଭାଜପା ପକ୍ଷରୁ ଦକ୍ଷିଣାଞ୍ଚଳ ରାଜସ୍ବ କମିଶନର (ଆର୍‌ଡିସି)ଙ୍କ ବ୍ରହ୍ମପୁର ଅଫିସ ଆଗରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଗତ ଗୁରୁବାର ଟେଲିଫୋନ ଭବନ ରୋଡସ୍ଥ ଏକ ବ୍ୟବସାୟ ପ୍ରତିଷ୍ଠାନ ଛାତ ଉପରେ କାମ କରୁଥିବା ଜଣେ ଯୁବ ଶ୍ରମିକ ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ତଳକୁ ଖସିପଡ଼ି ଗୁରୁତର ଆହତ ହୋଇଥିଲେ। ତାଙ୍କୁ ମେଡିକାଲ ନିଆଯିବା ପରେ ଡ଼ାକ୍ତର ମୃତ ଘୋଷଣା କରିଥିଲେ। ବଡ଼ ଡ଼ାକ୍ତରଖାନାରେ ବର୍ନ କେୟାର ୟୁନିଟ ନ ଥିବାରୁ ଉପଯୁକ୍ତ ଚିକିତ୍ସା ହୋଇପାରି ନ ଥିବା ଅଭିଯୋଗ କରି ଭାଜପା ଆନ୍ଦୋଳନକୁ ଓହ୍ଲାଇଥିଲା। ପାର୍ଟିର ଜିଲା ଉପସଭାପତି ରାମ କୁମାର ପାତ୍ର ଓ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ କାହ୍ନୁ ଚରଣ ପତି ଏହାର ନେତୃତ୍ୱ ନେଇଥିବା ବେଳେ ଶତାଧିକ କର୍ମୀ ସାମିଲ ହୋଇଥିଲେ।
ବିକ୍ଷୋଭ ସ୍ଥଳରେ କାହ୍ନୁ ପତି କହିଛନ୍ତି, ଅର୍ଦ୍ଧ ଶତାବ୍ଦୀରୁ ଊର୍ଦ୍ଧ୍ୱ ଏମ୍‌କେସିଜିରେ ବର୍ନ କେୟାର ୟୁନିଟ ନଥିବାରୁ ପୋଡ଼ି ହୋଇ ଆସୁଥିବା ଲୋକମାନଙ୍କୁ ଚିକିତ୍ସା ସୁବିଧା ମିଳୁନି। ସେମାନଙ୍କୁ କଟକ ବଡ଼ ଡ଼ାକ୍ତରଖାନା କିମ୍ବା ଅନ୍ୟତ୍ର ପଠାଯାଉଛି। ୨ବର୍ଷ ତଳେ ଗୋପାଳପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ମେଣ୍ଢରାଜପୁର ଗ୍ରାମ ନିକଟରେ ଏକ ଯାତ୍ରୀବାହି ବସ ଉପରେ ୧୧ କେଭି ବିଦ୍ୟୁତ ତାର ପଡ଼ିଯାଇଥିଲା। ଏକ ସାମାଜିକ କାର୍ଯ୍ୟକ୍ରମକୁ ବସରେ ଯାଉଥିବା ଯାତ୍ରୀଙ୍କ ମଧ୍ୟରୁ ୧୧ ଜଣଙ୍କ ଘଟଣାସ୍ଥଳରେ ଅକାଳରେ ଜୀବନ ଯାଇଥିଲା। ଆଉ କେତେକ ଗୁରୁତର ଆହତ ହୋଇଥିଲେ। ବ୍ରହ୍ମପୁରରେ ଚିକିତ୍ସା ପାଇଁ ସୁବିଧା ନ ଥିବାରୁ କଟକ ଓ ବିଶାଖାପାଟଣାମ୍‌ ପଠାଯାଇଥିଲା। ତେଣୁ ତୁରନ୍ତ ବର୍ନ ବିଭାଗ ଖୋଲିବାକୁ ଭାଜପା ମେଡିକାଲ ପରିସରରେ ଆନ୍ଦୋଳନ କରିଥିଲା। ସେ ସମୟରେ ଦାବି ପୂରଣ ପାଇଁ କର୍ତ୍ତୃପକ୍ଷ ଆଶ୍ୱାସନା ଦେଇଥିଲେ। ଏବେ ବି ଏହା ଖୋଲାଯାଇ ନ ଥିବା ରାମ ପାତ୍ର ଓ କାହ୍ନୁ ପତି କହିଛନ୍ତି। ସୂଚନାଯୋଗ୍ୟ, ଆରଡିସି ବଡ଼ ମେଡିକାଲ ସ୍ବାସ୍ଥ୍ୟ ସମିତିର ମୁଖ୍ୟ ଅଛନ୍ତି। ଭାଜପା ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦିଆଯାଇଥିବା ସ୍ମାରକପତ୍ରରେ ଆସନ୍ତା ଫେବୃୟାରୀ ୮ ତାରିଖ ସୁଦ୍ଧା ବର୍ନ ୟୁନିଟ ଖୋଲିବାକୁ ଦାବି କରାଯାଇଛି। ନଚେତ୍‌ ଅନିର୍ଦ୍ଦିଷ୍ଟ କାଳ ପାଇଁ ମେଡିକାଲ ମୁଖ୍ୟ ଫାଟକ ସମ୍ମୁଖରେ ଆମରଣ ଅନଶନ କରାଯିବ ବୋଲି ଚେତାବନୀ ଦିଆଯାଇଛି। କୌଣସି ଅଘଟଣ ଘଟିଲେ ସରକାର ଦାୟୀ ହେବେ ବୋଲି ସ୍ପଷ୍ଟ କରାଯାଇଛି। ଆନ୍ଦୋଳନ ବେଳେ ଜିଲା ସାଧାରଣ ସମ୍ପାଦକ ପ୍ରଭାତ ଷଡ଼ଙ୍ଗୀ, ସୁନିଲ ସାହୁ ଓ ପୁରୁଖା ନେତା ଗୋପିନାଥ ପଣ୍ଡା ଏବଂ ଅନ୍ୟମାନେ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଲଗାତାର ୪ର୍ଥ ଥର ପାଇଁ ହାରିଲା ଚେନ୍ନାଇ, ପ୍ରିୟାଂଶ ସାଜିଲେ ପଞ୍ଜାବ ବିଜୟର ହିରୋ

ମୁଲାନପୁର,୮ା୪: ପ୍ରିୟାଂଶ ଆର୍ଯ୍ୟଙ୍କ ଧୂଆଁଦାର ଶତକ ବଳରେ ମଙ୍ଗଳବାର ସନ୍ଧ୍ୟାରେ ଖେଳାଯାଇଥିବା ମ୍ୟାଚରେ ପଞ୍ଜାବ କିଙ୍ଗ୍ସ (ପିବିକେଏସ୍‌) ୧୮ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ)କୁ ପରାସ୍ତ...

ମୃତଦେହ ସହ ୧୦ ମିନିଟ ବିତାଇବାକୁ ୨୫ ହଜାର ଦରମା

ବେଜିଂ: ସୋସିଆଲ ମିଡିଆରେ ଏକ ନିଯୁକ୍ତି ବିଜ୍ଞାପନ ଭାଇରାଲ ହେବାରେ ଲାଗିଛି, ଯାହା ଅନେକଙ୍କୁ ଆଶ୍ଚର୍ଯ୍ୟ କରିଛି। ବିଶ୍ୱର ଦ୍ୱିତୀୟ ଜନବହୁଳ ଦେଶ ଚାଇନାର ଶାଣ୍ଡୋଙ୍ଗ ପ୍ରଦେଶ...

ଜାଣିଛନ୍ତି କି? ଘରେ କେଉଁଠି ରଖିବେ ଲାଫିଙ୍ଗ୍‌ ବୁଦ୍ଧ ମୂର୍ତ୍ତି…

ବାସ୍ତୁଶାସ୍ତ୍ର ଅନୁସାରେ ଲାଫିଙ୍ଗ୍‌ ବୁଦ୍ଧଙ୍କ ମୂର୍ତ୍ତିକୁ ଘରେ ରଖିବା ଅତ୍ୟନ୍ତ ଶୁଭ ହୋଇଥାଏ। କାରଣ ତାଙ୍କର ହସୁଥିବା ଭଙ୍ଗୀକୁ ଦେଖିଲେ ମନରେ ସକରାତ୍ମକ ଭାବନା ଜାଗ୍ରତ...

ଘରୁ ବାହାରିବା ବେଳେ ଏସବୁ ଦେଖିବା ଶୁଭ; ଯେଉଁ କାମରେ ଯାଉଥିବ ତାହା…

ଯେତେବେଳେ ଆମେ କୌଣସି କାମ ଅଥବା ଯାତ୍ରା ପାଇଁ ଘରୁ ବାହାରୁ ସେତେବେଳେ ଭଗବାନଙ୍କ ସାମ୍ନାରେ ହାତ ଯୋଡ଼ି ବାହାରିବାକୁ ଘରର ବୟୋଜ୍ୟେଷ୍ଠମାନେ କହିଥାନ୍ତି। କୁହାଯାଏ...

ଲାଞ୍ଜିଗଡରେ ଅନନ୍ୟ ପରମ୍ପରା ମାଁ ଠାକୁରାଣୀଙ୍କ ଘଣ୍ଟଯାତ୍ର ସମ୍ପନ୍ନ, ଭକ୍ତଙ୍କ ପିଠିରେ ମାଁ ଆସ୍ଥାନକୁ ବିଜେ କଲେ

ଲାଞ୍ଜିଗଡ,୮/୪(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ ଲାଞ୍ଜିଗଡର ମାଁ ଠାକରାଣୀଙ୍କ ଚୈତ୍ର ଘଣ୍ଟଯାତ୍ରା ମଙ୍ଗଳବାର ମହା ସମାରୋହରେ ସମ୍ପନ୍ନ ହେଇଯାଇଛି I ଲାଞ୍ଜିଗଡ...

Swiggyରୁ ଅର୍ଡର କଲେ ମିଳିବ ୫୦୦ ଟଙ୍କା ରିହାତି! ଜାଣନ୍ତୁ କିଭଳି…

ନୂଆଦିଲ୍ଲୀ,୮।୪: Swiggy Instamart ରେ ଶପିଂ କରିବା ସମୟରେ ଆପଣ ୫୦୦ ଟଙ୍କାର ରିହାତି ପାଇପାରିବେ। ଶପିଂ କରିବା ସମୟରେ ଆପ୍‌ରେ Maxxsaver ବୈଶିଷ୍ଟ୍ୟ ସ୍ବୟଂଚାଳିତ...

ଗୋଟିଏ ଡାଲାରେ ଆଳୁ-ପିଆଜକୁ ଏକାଠି ରଖୁଛନ୍ତି କି? ହୋଇପାରେ ଅଶୁଭ!

ଆପଣ ନିଜ ରୋଷେଇ ଘରେ ଆଳୁ ଓ ପିଆଜକୁ ଏକାଠି ଗୋଟିଏ ଝୁଡ଼ିରେ ରଖୁଛନ୍ତି କି? ଯଦି ହଁ, ତେବେ ଏହା ଏକ ବଡ଼ ଭୁଲ...

ରାଷ୍ଟ୍ରୀୟ ମର୍ଯ୍ୟାଦା ସହକାରେ ଯବାନଙ୍କ ଅନ୍ତିମ ସଂସ୍କାର;ଶ୍ରଦ୍ଧାଞ୍ଜଳି ଦେଲେ ବ୍ଲକ୍‌, ପୋଲିସ ପ୍ରଶାସନ

ଦିଗପହଣ୍ଡି,୮ା୪ (ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ୍‌ ଅନ୍ତର୍ଗତ ଆମ୍ବଗାଁର ବି.ସୁରେନ୍ଦ୍ର ରେଡ୍ଡୀଙ୍କ ପୁଅ ପବିତ୍ର ରେଡ୍ଡୀ(୩୪) ପଞ୍ଜାବର ଭତିଣ୍ଡା ସେନା କ୍ୟାମ୍ପସରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image