Categories: ଜାତୀୟ

ପ୍ରିୟଙ୍କାଙ୍କୁ ଅଳକାଙ୍କ ପତ୍ର

ଗାଜିପୁର୨୮ ।୧୦: ଉତ୍ତପ୍ରଦେଶ ଗାଜିପୁର ଜିଲା ମହମ୍ମଦାବାଦ ବିଧାନସଭା ଆସନର ବିଧାୟିକା ତଥା କୃଷ୍ଣାନନ୍ଦ ରାୟଙ୍କ ପତ୍ନୀ ଅଳକା ରାୟ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀଙ୍କ ନିକଟକୁ ଏକ ପତ୍ର ଲେଖିଛନ୍ତି । କଂଗ୍ରେସ କାହିଁକି ମୁଖତାର ଅଂସାରୀଙ୍କୁ ବଞ୍ଚାଉଛି ବୋଲି ଅଳକା ପ୍ରଶ୍ନ କରିଛନ୍ତି । ଅକ୍ଟୋବର ୨୭ରେ ସେ ଲେଖିଥିବା ଏହି ଚିଠିରେ ମୁଖତାରଙ୍କ ମାମଲାରେ ପ୍ରିୟଙ୍କା ଗାନ୍ଧୀ ଓ ରାହୁଲ ଗାନ୍ଧୀ କାହିଁକି ଚୁପ୍ ରହିଛନ୍ତି ବୋଲି ସେ ଅଭିଯୋଗ ଆଣିଛନ୍ତି । ଉକ୍ତ ଚିଠିର ଉତ୍ତର ମାଗି ଅଲକା କହିଛନ୍ତି ଅପରାଧିଙ୍କୁ ଦଣ୍ଡ ଦେବା ଜଣେ ମହିଳା ହୋଇ ଚିଠିର ଉତ୍ତର ମାଗି ସହାୟତା ପାଇଁ ନିବେଦନ କରୁଛି । ମହିଳା ଓ ବିଧବାଙ୍କୁ ନ୍ୟାୟ ଦେବା ଏବଂ ମୁଖତାରଙ୍କୁ ଘଣ୍ଟ ଘୋଡାଇବା ଚିନ୍ତାର କାରଣ ବୋଲି ଅଳକା କହିଛନ୍ତି । ଅଳକାଙ୍କ ଏହି ପତ୍ର ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

Share