Categories: ଜାତୀୟ

ନିର୍ବାଚନ ପୂର୍ବରୁ ଏଏପିକୁ ଝଟକା, ଗିରଫ ହେଲେ ବିଧାୟକ ଅମାନତୁଲ୍ଲାହ ଖାନ

ନୂଆଦିଲ୍ଲୀ,୧୮।୪: ଆମ ଆଦମୀ ପାର୍ଟିର ବିଧାୟକ ଅମାନତୁଲ୍ଲାହ ଖାନଙ୍କୁ ଗୁରୁବାର ଇଡି ଗିରଫ କରିଛି। ୱାକଫ ବୋର୍ଡ ନିଯୁକ୍ତି ସ୍କାମରେ ତାଙ୍କୁ ପିଏମଏଲଏ ଅଧୀନରେ ଗିରଫ କରାଯାଇଥିଲା। ପ୍ରାୟ ୯ ଘଣ୍ଟା ପଚରାଉଚରା ପରେ ଇଡି ତାଙ୍କୁ ଗିରଫ କରିଥିଲା। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ଗୁରୁବାର (ଏପ୍ରିଲ ୧୮) ରେ ବିଧାୟକ ଅମାନତୁଲ୍ଲାହ ଖାନ ପଚରାଉଚରା ପାଇଁ ଇଡିରେ ହାଜର ହୋଇଥିଲେ।

ଅମାନତୁଲ୍ଲାହ ଖାନଙ୍କ ଉପରେ ଅଭିଯୋଗ ହୋଇଛି କି ଦିଲ୍ଲୀ ୱାକଫ ବୋର୍ଡର ଚେୟାରମ୍ୟାନ ଭାବରେ ୩୨ଜଣଙ୍କୁ ବେଆଇନ ଭାବେ ନିଯୁକ୍ତି ଦେଇଥିଲେ। ଏହା ସହିତ ସେ ବେଆଇନ ଭାବେ ଦିଲ୍ଲୀ ୱାକଫ ବୋର୍ଡର ଅନେକ ସମ୍ପତ୍ତି ଭଡାରେ ଦେଇଛନ୍ତି। ଏହାସହ ସେ ଦିଲ୍ଲୀ ୱାକଫ ବୋର୍ଡର ପାଣ୍ଠିର ଅପବ୍ୟବହାର କରିଥିବା ଅଭିଯୋଗ ହୋଇଛି। ଦିଲ୍ଲୀ ୱାକଫ ବୋର୍ଡର ତତ୍କାଳୀନ ସିଇଓ ଏଭଳି ବେଆଇନ ନିଯୁକ୍ତି ବିରୋଧରେ ଏକ ବିବୃତ୍ତି ଦେଇଛନ୍ତି।

ଏହି ମାମଲାରେ ଦୁର୍ନୀତି ନିବାରଣ ବ୍ୟୁରୋ (ଏସିବି) ସେପ୍ଟେମ୍ବର ୨୦୨୨ରେ ଅମାନତୁଲ୍ଲାହ ଖାନଙ୍କୁ ପଚରାଉଚରା କରିଥିଲା। ଏହାକୁ ଆଧାର କରି ଏସିବି ଚାରୋଟି ସ୍ଥାନରେ ଚଢାଉ କରିଥିଲା ଯେଉଁଠାରୁ ପ୍ରାୟ ୨୪ ଲକ୍ଷ ଟଙ୍କା ଜବତ କରାଯାଇଥିଲା। ଏହା ବ୍ୟତୀତ ଦୁଇଟି ବେଆଇନ ତଥା ଲାଇସେନ୍ସପ୍ରାପ୍ତ ପିସ୍ତଲ, କାର୍ଟ୍ରିଜ ଏବଂ ଗୁଳି ଜବତ କରାଯାଇଛି।

Share