ବିଜେଡି ପ୍ରଚାରକ ସାଜିଥିବା ଅଫିସରଙ୍କୁ ଚେତାବନୀ ଦେଲେ ବିଧାୟକ ଅଶୋକ,କହିଲେ…

ଭୁବନେଶ୍ୱର,୨୪।୮: ବିଜେଡି ପ୍ରଚାରକ ସାଜିଥିବା ଅଫିସରଙ୍କ ବିରୋଧରେ ତଦନ୍ତ ଚାଲିଛି ବୋଲି ଶନିବାର ଗଣମାଧ୍ୟମକୁ ପ୍ରତିକ୍ରିୟା ରଖିଛନ୍ତି ଭାଜପା ବିଧାୟକ ଅଶୋକ ମହାନ୍ତି। ସେ କହିଛନ୍ତି, ତଥ୍ୟ ସଂଗ୍ରହ ଚାଲିଛି। ‘ଆଶିଷ ସିଂ ଓ ଡିଏସ କୁଟ୍ଟେଙ୍କ ବିରୋଧରେ ବହୁ ଦିନରୁ ତଦନ୍ତ ଚାଲିଥିଲାା ତଦନ୍ତରୁ ସତ୍ୟାସତ୍ୟ ଜଣାପଡ଼ିବା ପରେ କାରଣ ଦର୍ଶାଅ ନୋଟିସ ଜାରି ହୋଇଥିଲା। ୨ ଅଫିସର ସିଧାସଳଖ ବିଜେଡିର ନିର୍ବାଚନ ପରିଚାଳନା କାମ କରୁଥିଲେ। ଏହି ଅଫିସରଙ୍କ ବିରୋଧରେ ଯେଉଁ କାର୍ଯ୍ୟାନୁଷ୍ଠାନ ହେଲା ତାହା ଯଥାର୍ଥ ବୋଲି ବିଧାୟକ କହିଛନ୍ତି। ଅନ୍ୟପକ୍ଷେ ଅଫିସରମାନେ ଏଥିରୁ କ୍ଷାନ୍ତ ରୁହନ୍ତୁ, ନଚେତ ସରକାର ଆହୁରି କଠୋର ହେବେ ବୋଲି ଅଶୋକ ଦୃଢ଼ଉକ୍ତି ପ୍ରକାଶ କରିଛନ୍ତି।
ସୂଚନାଯୋଗ୍ୟ, ଆଶିଷ ସିଂ ଏବଂ ଡିଏସ୍‌ କୁଟ୍ଟେଙ୍କ ପାଇଁ ବଢିଲା ଅଡୁଆ । କାର୍ଯ୍ୟାନୁଷ୍ଠାନ ପାଇଁ ଗୃହ ବିଭାଗ ଆରମ୍ଭ କଲା ପ୍ରକ୍ରିୟା । ଆଶିଷ ସିଂହ ଓ ଡିଏସ କୁଟ୍ଟେଙ୍କ ଉପରେ ହୋଇପାରେ କାର୍ଯ୍ୟାନୁଷ୍ଠାନ । ୩୦ ଦିନ ଭିତରେ ଉଭୟଙ୍କୁ ଉତ୍ତର ଦେବା ପାଇଁ ନିର୍ଦ୍ଦେଶ । ନିର୍ବାଚନ ପରିଚାଳନାରେ ସମ୍ପୃକ୍ତି ଅଭିଯୋଗରେ କୁଟ୍ଟେଙ୍କୁ ଉତ୍ତର ଦେବାକୁ ନିର୍ଦ୍ଦେଶ । ସନ୍ତୋଷଜନକ ଉତ୍ତର ନଦେଲେ ହୋଇପାରେ ତଦନ୍ତ ।

Share