ପ୍ରାର୍ଥୀଙ୍କ ପାଇଁ ପ୍ରଚାର ମୈଦାନରେ ବିଧାୟକ

କୋକସରା,୨୯ା୧(ଡି.ଏନ୍‌.ଏ.): ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ବିଗୁଲ୍‌ ବାଜି ସାରିଛି। ଦଳୀୟ ପ୍ରାର୍ଥୀଙ୍କୁ ବିଜୟୀ କରିବା ପାଇଁ ଛାମୁଆ ନେତା ଭୋଟରଙ୍କ ଦୁଆର ମୁହଁରେ ମନାଇବାରେ ବ୍ୟସ୍ତ। ଯେତେ ରାଗ, ରୁଷା, ମାନ, ଅଭିମାନ, ଅଭିଯୋଗ ଥିଲେ ମଧ୍ୟ ଆଗକୁ ନିର୍ଭର ପ୍ରତିଶ୍ରୁତି ଦେଇ ନିର୍ବାଚନ ବୈତରଣୀ ପାର ହେବାକୁ ଜୋରଦାର କସରତ ଆରମ୍ଭ ହୋଇଛି। ଶନିବାର କୋକସରା ବ୍ଲକ ଜୋନ୍‌ ୨ ପାଇଁ ବିଜେଡି ପ୍ରାର୍ଥୀ ତ୍ରିନାଥ ବାଗଙ୍କ ପାଇଁ ଧର୍ମଗଡ଼ ବିଧାୟକ ମୌଷଧି ବାଗ ଲଡୁଗାଁ ପଞ୍ଚାୟତରେ ପହଞ୍ଚି ଘର ଘର ବୁଲି ଦଳୀୟ ପ୍ରାର୍ଥୀଙ୍କ ପାଇଁ ଜନସାଧାରଣଙ୍କୁ ଭେଟି ଭୋଟ୍‌ ଦେବା ପାଇଁ ଅନୁରୋଧ କରୁଥିବା ଦେଖିବାକୁ ମିଳିଛି। ବିଧାୟକଙ୍କ ସହ ପଙ୍କଜମୁଖ ଚୌଧୁରୀ, ଧନସିଂ ବାଗ ଓ ଅନ୍ୟ ଦଳୀୟ କର୍ମୀମାନେ ଉପସ୍ଥିତ ରହି ଜିଲା ପରିଷଦ ପ୍ରାର୍ଥୀଙ୍କ ପାଇଁ ଭୋଟ ଭିକ୍ଷା କରିଛନ୍ତି।

Share