ବିଶାଳ ରୋଡ ଶୋ’ରେ ବିଜେଡି ବିଧାୟକ ପ୍ରାର୍ଥୀ ଜଗନ୍ନାଥ, ଏମ୍‌ପି ପ୍ରାର୍ଥୀ ଧନୁର୍ଜୟ

ପାଟଣା,୧୬।୫(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ନିର୍ବାଚନମଣ୍ଡଳୀ ଚମ୍ପୁଆ ବ୍ଲକ ଜଜପଶି , ଝୁମ୍ପୁରା ବ୍ଲକ ଉଖୁଣ୍ଡାରୁ ଗୁରୁବାର ସକାଳୁ ବିଜେଡିର ବିଶାଳ ବାଇକ ରାଲି ବାହାରି ପାଟଣା ବ୍ଲକ ପରିକ୍ରମା କରି ଡୁମୁରିଆରେ ଶେଷ ହୋଇଛି। ଏହି ବାଇକ ରାଲିରେ ପାଟଣା ବିଜେଡି ବିଧାୟକ ପ୍ରାର୍ଥୀ ଜଗନ୍ନାଥ ନାଏକ ଓ କେନ୍ଦୁଝର ଏମ୍‌ପି ପ୍ରାର୍ଥୀ ଧନୁର୍ଜୟ ସିଦ୍ଧୁ ଶୋଭା ଯାତ୍ରାରେ ଭୋଟରଙ୍କୁ ଯୋଡି ଶଙ୍ଖରେ ବିପୁଳ ସଂଖ୍ୟାରେ ଭୋଟ୍‌ ଦେବାକୁ ନିବେଦନ କରିଛନ୍ତି। ତାଙ୍କ ସହ ପାଟଣା ନିର୍ବାଚନମଣ୍ଡଳୀ ସଂଯୋଜକ କାନନ ବିହାରୀ ପୋହୀ, ନିର୍ବାଚନମଣ୍ଡଳୀ ପର୍ଯ୍ୟବେକ୍ଷକ ଡାକ୍ତର ହରିଶ ଚୌଧୁରୀ, ପାଟଣା ବ୍ଲକ ଅଧ୍ୟକ୍ଷା ସୁକାନ୍ତି ନାଏକ, ସାହାର ପଡ଼ା ବ୍ଲକ ଅଧ୍ୟକ୍ଷା ରିନା ନାୟକ,ପୂର୍ବତନ ପାଟଣା ବିଧାୟକ ପ୍ରାର୍ଥୀ ସତ୍ୟ ବ୍ରତ ନାଏକ, ଭବାନୀ ଶଙ୍କର ନାୟକ, ଗୌରହରି ନାଏକ, ପାଟଣା ବ୍ଲକ ପର୍ଯ୍ୟବେକ୍ଷକ ଦୀପକ ରାଜ,ସାହାରପଡ଼ା ବ୍ଲକ ପର୍ଯ୍ୟବେକ୍ଷକ ପ୍ରଶାନ୍ତ ଭଞ୍ଜ ବରିଷ୍ଠ ନେତା ମହେନ୍ଦ୍ର ସାହୁ, ଉତ୍ତମ ଖଟୁଆ ପ୍ରମୁଖ ସାମିଲ ହୋଇଥିଲେ।