ଇଭିଏମ୍‌ ଭାଙ୍ଗି ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ଜଗଦ୍ଦେବ ଗିରଫ

ଖୋର୍ଦ୍ଧା/ ବୋଲଗଡ଼, ୨୬ା୫ (ପ୍ରଭାତ ପାଣିଗ୍ରାହୀ/ ଦେବବ୍ରତ ହୋତା): ବେଗୁନିଆ ନିର୍ବାଚନମଣ୍ଡଳୀର ବୋଲଗଡ଼ ବ୍ଲକ ଅନ୍ତର୍ଗତ ରାଜସୁନାଖଳା ନିକଟ କାଉଁରିପାଟଣାର ୧୧୪ ନମ୍ବର ବୁଥରେ ଶନିବାର ଭାଜପା ଖୋର୍ଦ୍ଧା ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ଜଗଦ୍ଦେବଙ୍କ ଦବଙ୍ଗଗିରି ଦେଖିବାକୁ ମିଳିଛି। ବୁଥ୍‌ରେ ପଶି ପୋଲିଂ, ପ୍ରିଜାଇଡିଂ ଅଧିକାରୀଙ୍କୁ ଆକ୍ରମଣ କରିବା ସହ ଇଭିଏମ୍‌ ଭାଙ୍ଗିବା ଅଭିଯୋଗରେ ପୋଲିସ ଜଗଦ୍ଦେବଙ୍କୁ ଗିରଫ କରିଛି। ପ୍ରଜାଇଡିଂ ଅଫିସର ଜ୍ଞାନରଞ୍ଜନ ତ୍ରିପାଠୀଙ୍କ ଅଭିଯୋଗକ୍ରମେ ବୋଲଗଡ଼ ଥାନାରେ ଏକ ମାମଲା(ନଂ.୧୧୭/୨୦୨୪) ରୁଜୁ କରାଯାଇ ଜଗଦ୍ଦେବଙ୍କୁ ଗିରଫ କରାଯାଇଥିବା ବୋଲଗଡ଼ ଥାନା ଅଧିକାରିଣୀ ସ୍ନିଗ୍ଧାମୟୀ ବରାଳ ସୂଚନା ଦେଇଛନ୍ତି।

ଜଣେ ପ୍ରତ୍ୟକ୍ଷଦର୍ଶୀ ମହିଳାଙ୍କ କହିବା ଅନୁଯାୟୀ, କାଉଁରିପାଟଣା ୧୧୪ ନମ୍ବର ବୁଥରେ ମତଦାନ ଚାଲିଥିଲା। ଭୋଟରମାନେ ଲମ୍ବାଧାଡ଼ିରେ ଛିଡ଼ା ହୋଇଥିଲେ। ଏହି ସମୟରେ ଜଗଦ୍ଦେବ ସମର୍ଥକଙ୍କ ସହ ବୁଥ ଭିତରେ ପଶିଥିଲେ। ପୋଲିଂ ଅଧିକାରୀଙ୍କୁ କିଛି କହିଥିଲେ, ତେବେ ସେ କାମରେ ବ୍ୟସ୍ତ ଥିବାରୁ ଶୁଣି ପାରି ନ ଥିଲେ। ଏଥିରେ ଉତ୍‌କ୍ଷିପ୍ତ ହୋଇ ପ୍ରଶାନ୍ତ ତାଙ୍କୁ ଗାଳିଗୁଲଜ କରିଥିଲେ। ସେଠାରେ ଉପସ୍ଥିତ ସମ୍ପୃକ୍ତ ମହିଳା ଜଣକ ବିରୋଧ କରିବାରୁ ଜଗଦ୍ଦେବ ତାଙ୍କୁ ମଧ୍ୟ ଖରାପ ବ୍ୟବହାର କରିବା ସହ ପୋଲିଂ ଅଧିକାରୀ ଓ ପ୍ରିଜାଇଡିଂ ଅଫିସରଙ୍କୁ ଆକ୍ରମଣ କରିଥିଲେ। ପରେ ବୁଥ୍‌ ଭିତରେ ଠେଲାପେଲା ହୋଇଥିଲା। ଏପରି କି ବୁଥ୍‌ ଭିତରେ ଇଭିଏମ୍‌କୁ ଭାଙ୍ଗି ଦେଇଥିଲେ। ଫଳରେ ସେଠାରେ ଉତ୍ତେଜନା ପ୍ରକାଶ ପାଇଥିଲା। ପରେ ଭୁବନେଶ୍ୱର ଲୋକ ସଭା ପ୍ରାର୍ଥୀ ଅପରାଜିତାଙ୍କ ଗାଡ଼ିରେ ବସି ଜଗଦ୍ଦେବ ସେଠାରୁ ଫେରାର ହୋଇଯାଇଥିଲେ। ଖବରପାଇ ପୋଲିସ ଟିମ୍‌ ଉକ୍ତ ଗାଡ଼ିର ପିଛା କରି ବୋଲଗଡ଼-ବେଗୁନିଆ ରାସ୍ତାରେ ଅଟକାଇ ଜଗଦ୍ଦେବଙ୍କୁ ଧରି ବୋଲଗଡ଼ ଥାନାକୁ ଆଣିଥିଲା। ତେବେ ଉକ୍ତ ଘଟଣାରେ ତାଙ୍କର କୌଣସି ସମ୍ପୃକ୍ତି ନାହିଁ ବୋଲି ଦର୍ଶାଇ ଥାନା ପରିସରରେ ଜଗଦ୍ଦେବ ସମର୍ଥକଙ୍କ ସହ ଧାରଣା ଦେଇଥିଲେ। ପରେ ତାଙ୍କୁ ଏସ୍‌ଡିପିଓ ଦିଲୀପ ଦାସ ବୁଝାଶୁଝା କରି ଖୋର୍ଦ୍ଧାକୁ ନେଇଆସିଥିଲେ। ତେବେ ପରେ ପ୍ରିଜାଇଡିଂ ଅଫିସରଙ୍କ ଅଭିଯୋଗକ୍ରମେ ପୋଲିସ ଜଗଦ୍ଦେବଙ୍କୁ ଗିରଫ କରିଛି। ଅନ୍ୟପଟେ ଏଭଳି ଅସ୍ବାଭାବିକ ସ୍ଥିତିଯୋଗୁ ଉକ୍ତ ବୁଥ୍‌ରେ ମତଦାନ କିଛି ସମୟ ପାଇଁ ବନ୍ଦ ରହିଥିଲା। ସ୍ଥିତି ସ୍ବାଭାବିକ ହେବା ପରେ ମତଦାନ ପୁଣି ହୋଇଥିଲା। ଏହି ଘଟଣାକୁ ନେଇ ବିଭିନ୍ନ ମହଲରେ ନିନ୍ଦା କରାଯାଇଛି। ଅପରପକ୍ଷରେ ଇଭିଏମ୍‌ ଭଙ୍ଗା ଘଟଣାକୁ ଜଗଦ୍ଦେବ ଖଣ୍ଡନ କରିଛନ୍ତି। ସେ କହିଛନ୍ତି ଯେ, ଜଣେ ଉନ୍ମତ୍ତ ଯୁବକ ହଠାତ୍‌ ବୁଥରେ ପଶି ଭଙ୍ଗାରୁଜା କରିଥିଲେ। ତାଙ୍କୁ ବୁଝାଶୁଝା କରିବା ସମୟରେ ଉତ୍ତେଜନା ପ୍ରକାଶ ପାଇବା ସହ ଠେଲାପେଲା ହୋଇଥିଲା। ପରେ ମୁଁ ସେଠାରୁ ପଳାଇ ଆସିଥିଲି ବୋଲି କହିଛନ୍ତି।

ଏହି ଘଟଣାକୁ ନେଇ ରାଜ୍ୟ ସଭା ସଦସ୍ୟ ସସ୍ମିତ ପାତ୍ରଙ୍କ ନେତୃତ୍ୱରେ ବିଜେଡିର ଏକ ଟିମ୍‌ ରାଜ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ପ୍ରଶାନ୍ତ ଜଗଦ୍ଦେବଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଥିଲେ। ଏନେଇ ରାଜ୍ୟ ସଭା ସଦସ୍ୟ ସସ୍ମିତ୍‌ କହିଛନ୍ତି, ପୂର୍ବରୁ ମଧ୍ୟ ବିଭିନ୍ନ ଘଟଣାରେ ଜଗଦ୍ଦେବଙ୍କ ବିରୋଧରେ ୩ଥର ଅଭିଯୋଗ କରାଯାଇଛି। ହେଲେ କୌଣସି ପଦକ୍ଷେପ ନିଆଯାଇ ନାହିଁ। ଅଭିଯୋଗ ସତ୍ତ୍ୱେ କାହିଁକି ଜଗଦ୍ଦେବଙ୍କ ବିରୋଧରେ ପଦକ୍ଷେପ ନିଆଯାଉ ନାହିଁ ବୋଲି ସସ୍ମିତ୍‌ ପ୍ରଶ୍ନ କହିଛନ୍ତି। ପ୍ରକାଶ ଯେ, ଖୋର୍ଦ୍ଧା ଟାଉନ ଥାନା ଏବଂ ଏସ୍‌ଡିପିଓ କାର୍ଯ୍ୟାଳୟ ଘେରାଉ ସହ ଆବଶ୍ୟକ ପଡ଼ିଲେ ନିର୍ବାଚନ କରାଇଦେବେ ନାହିଁ ବୋଲି ଗତ ୨୧ତାରିଖରେ ଜଗଦ୍ଦେବ ଗଣମାଧ୍ୟମରେ ଧମକ୍‌ ଦେଇଥିଲେ। ଏନେଇ ଜଗଦ୍ଦେବଙ୍କ ବିରୋଧରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ବିଜେଡି ଫେରାଦ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ତାରାତାରିଣୀଙ୍କ ଚୈତ୍ର ମଙ୍ଗଳବାର ଯାତ୍ରା ମନ୍ତ୍ରୀ, ବିଧାୟକଙ୍କ ଲାଗି ଖରାରେ ଶିଝିଲେ ଶିଶୁ : ସାଧାରଣରେ ବଢିଲା ଅସନ୍ତୋଷ

ପୁରୁଷୋତ୍ତମପୁର,୮।୪(ସିମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲାର ପ୍ରସିଦ୍ଧ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ଚୈତ୍ର ମଙ୍ଗଳବାର ଯାତ୍ରା ଉଦ୍‌ଯାପିତହୋଇଛି। ମା’ଙ୍କ ଚୈତ୍ରମାସର ଶେଷ ଦର୍ଶନ ଲାଗି ପ୍ରବଳ ଜନ...

ଦୋକାନରୁ ୨.୪୫ ଲକ୍ଷ ଟଙ୍କା ଚୋରି, ଛାଡି ଚାଲିଗଲେ ୩୮,୦୦୦ ଟଙ୍କା: ଚୋରିର ‘ଇମୋଶନାଲ୍‌ କାହାଣୀ’ ଶେୟାର କଲେ ଚୋର

ଭୋପାଳ,୮।୪: ମଧ୍ୟପ୍ରଦେଶର ଖାର୍ଗୋନ ଜିଲାରେ ଜଣେ ବ୍ୟକ୍ତି ଏକ ଦୋକାନରୁ ୨.୪୫ ଲକ୍ଷ ଟଙ୍କା ଚୋରି କରିଥିଲେ। ଆଶ୍ଚର୍ଯ୍ୟଜନକ କଥା ହେଉଛି, ସେ ରାମନବମୀ ଦିନ...

ଉନ୍ନତିକରଣ କାର୍ଯ୍ୟରେ ବାଟମାରଣା ଅଭିଯୋଗ, ତାଳସର ପଞ୍ଚାୟତରେ ଅଭିଯୋଗ କଲେ ହଂସତୁଳୀ ଗ୍ରାମବାସୀ

ବେଗୁନିଆପଡା,୮।୪( ସୁଶାନ୍ତ କୁମାର ପଟ୍ଟନାୟକ): ଗ୍ରାମରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟରେ ଦୁର୍ନୀତି ଅଭିଯୋଗ। ସରକାରଙ୍କ ଟଙ୍କା ସଠିକ ଭାବେ ବିନିଯୋଗ ହୋଇ ନ ଥିବା ନେଇ...

୬ ବର୍ଷ ପରେ Indian Idol ଛାଡ଼ିଲେ ବିଶାଲ ଦଦଲାନୀ, ଏହି କାରଣ ପାଇଁ…

ମୁମ୍ବାଇ: ସୋନି ଟିଭିର ଲୋକପ୍ରିୟ ରିଆଲିଟି ଶୋ’ ମଧ୍ୟରୁ ‘ଇଣ୍ଡିଆନ ଆଇଡଲ’ ଅନ୍ୟତମ। ନିକଟରେ ଏହାର ଗ୍ରାଣ୍ଡ ଫାଇନାଲ ହୋଇଥିଲା। କୋଲକାତାର ୨୪ ବର୍ଷୀୟ ମାନସୀ...

ମୁଁ ଖୁବଶୀଘ୍ର ଫେରୁଛି…ଶେଖ ହସିନାଙ୍କ ବଡ଼ ଘୋଷଣା

ଢାକା,୮।୪: ପ୍ରଥମ ଥର ପାଇଁ, ବାଂଲାଦେଶର ନିର୍ବାସିତ ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନା ମହମ୍ମଦ ୟୁନୁସ ଏବଂ ମଧ୍ୟବର୍ତ୍ତୀକାଳୀନ ସରକାରଙ୍କ ବିରୋଧରେ ଏକ ମୋର୍ଚ୍ଚା ଖୋଲିଛନ୍ତି।...

କିଏ ହେବେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଉତ୍ତରାଧିକାରୀ, ଫଡନଭିସଙ୍କ ବଡ଼ ଘୋଷଣା

ନୂଆଦିଲ୍ଲୀ,୮।୪: ଆଗକୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ଉତ୍ତରାଧିକାରୀ କିଏ ହେବ ଏନେଇ ପୁଣି ଚର୍ଚ୍ଚା ଆରମ୍ଭ ହୋଇଯାଇଛଇ। ମୁମ୍ବାଇରେ ଅନୁଷ୍ଠିତ ଗ୍ଲୋବାଲ ଫୋରମରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଉତ୍ତରାଧିକାରୀ...

ନବୀନଙ୍କୁ ଟାର୍ଗେଟ କଲେ ବାବୁ: କହିଲେ ନାୟକ ନବୀନ, ଖଳନାୟକ ବି ନବୀନ

ଭୁବନେଶ୍ୱର,୮।୪: ୱକ୍‌  ବିଲ ଭୋଟିଂକୁ ନେଇ ରାଜନୀତି ସରଗରମ ହୋଇଛି।   ତେବେ ଏହି ଘଟଣାକୁ ନେଇ ଭାଜପା ବିଧାୟକ ବାବୁ ସିଂ ନବୀନଙ୍କୁ ଟାର୍ଗେଟ କରିଛନ୍ତି।...

ଏବେ ଚାଇନା-ଆମେରିକା ଭିତରେ ସିଧା ଯୁଦ୍ଧ ହେଲେ, କିଏ ଜିତିବ…

ନୂଆଦିଲ୍ଲୀ,୮।୪: ବିଶ୍ୱର ଦୁଇ ବୃହତ ଅର୍ଥନୈତିକ ଶକ୍ତି ଆମେରିକା ଏବଂ ଚାଇନା ମଧ୍ୟରେ ବାଣିଜ୍ୟ ଯୁଦ୍ଧ ଆରମ୍ଭ ହୋଇଛି। ଆମେରିକା ଚାଇନା ଉପରେ ୫୦ ପ୍ରତିଶତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image