ସ୍ବାସ୍ଥ୍ୟ, ଆରୋଗ୍ୟକେନ୍ଦ୍ର ଉଦ୍‌ଘାଟନ କଲେ ବିଧାୟକ

ଛତ୍ରପୁର,୩୧।୧୨(ଡି.ଏନ୍‌.ଏ .): ଗଞ୍ଜାମ ଜିଲା ଛତ୍ରପୁର ସହରରେ ସ୍ବାସ୍ଥ୍ୟ ଓ ଆରୋଗ୍ୟକେନ୍ଦ୍ର ଶନିବାର ଉଦ୍‌ଘାଟିତ ହୋଇଯାଇଛି । ଏହାକୁ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା ଉଦ୍‌ଘାଟନ କରିଥିଲେ । ଏହା ପିପିପି ମୋଡ଼ରେ ଆରମ୍ଭ ହୋଇଛି । ଡାକ୍ତର, ନର୍ସ, ଫାର୍ମାସିଷ୍ଟ, ଲ୍ୟାବ ଟେକନିସିଆନଙ୍କୁ ନେଇ ଏହି କେନ୍ଦ୍ର ଆରମ୍ଭ କରାଯାଇଛି। ଏଥିରେ ରକ୍ତ, ସର୍କରା ଆଦିର ଟେଷ୍ଟିଂ ସୁବିଧା ରହିଛି। ଆଗାମୀ ଦିନରେ ଫିଜିଓଥେରାପି ସ୍ପେଶାଲିଷ୍ଟ, ଯୋଗ ଶିକ୍ଷାର ସୁବିଧା ମିଳିବ। ଏହି କାର୍ଯ୍ୟକ୍ରମରେ ଛତ୍ରପୁର ଏନ୍‌ଏସ୍‌ି ଅଧ୍ୟକ୍ଷା ଶର୍ମିଷ୍ଠା ପ୍ରଧାନ, ନିର୍ବାହୀ ଅଧିକାରୀ ଉମାକାନ୍ତ ନାୟକ, ଛତ୍ରପୁର ହସ୍ପିଟାଲ ସୁପରିଟେଣ୍ଡେଣ୍ଟ ଡାକ୍ତର ପ୍ରଫୁଲ୍ଲ ଚନ୍ଦ୍ର ପାତ୍ର, ମ୍ୟାନେଜର ସନ୍ତୋଷ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ।

Share