ହୋସପେଟା,୧୯।୧: ୨୦୧୮ରୁ କଂଗ୍ରେସ ଛାଡ଼ି ଭାଜପାରେ ସାମିଲ ହୋଇଥିବା ବିଧାୟକମାନଙ୍କୁ କର୍ନାଟକର ବରିଷ୍ଠ କଂଗ୍ରେସ ନେତା ବି.କେ. ହରିପ୍ରସାଦ ଗଣିକାଙ୍କ ସହ ତୁଳନା କରି ବିବାଦୀୟ ହୋଇଛନ୍ତି। ମଙ୍ଗଳବାର ହୋସପେଟାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ହରିପ୍ରସାଦ କହିଥିଲେ, ପରିବାର ପ୍ରତିପୋଷଣ ପାଇଁ ଯେଉଁ ମହିଳା ଦେହବେପାରକୁ ଆପଣାଇଥାଆନ୍ତି ସେମାନଙ୍କୁ ଗଣିକା କୁହାଯାଏ। ସେହିପରି ଯେଉଁ ବିଧାୟକମାନେ ନିଜକୁ ବିକ୍ରି କରିଦେଉଛନ୍ତି ସେମାନଙ୍କୁ କ’ଣ କୁହାଯିବ। ଏହା ଉପରେ ଭାଜପା ଆପତ୍ତି ଉଠାଇବା ପରେ ସେ କ୍ଷମା ମାଗିଛନ୍ତି ।