Advertisement

ଜିଲାପାଳ, ଏସପିଙ୍କୁ ଭେଟିଲେ ବିଧାୟକ

ହାଟଡିହୀ,୨୮।୬(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ବିଧାୟକ ଅଭିମନ୍ୟୁ ସେଠୀ ଗୁରୁବାର କେନ୍ଦୁଝର ଜିଲାପାଳ ଏବଂ ଏସପିଙ୍କୁ ଭେଟି ବିଭିନ୍ନ ବିଷୟରେ ଆଲୋଚନା କରିଛନ୍ତି।

ବିଧାୟକ ସେଠୀ ଜିଲାପାଳ ବିଶାଲ ସିଂଙ୍କୁ ଭେଟି ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିଥିଲେ । ହାଟଡିହୀ ବ୍ଲକର ମରୈଗାଁରୁ ଭଦ୍ରକ ଜିଲା ବଳିପୁର ପର୍ଯ୍ୟନ୍ତ ନଦୀ ବନ୍ଧର ନିର୍ମାଣ ଏବଂ ମରାମତି ସହ ଆନନ୍ଦପୁର ଉପଖଣ୍ଡ ମେଡିକାଲର ବିଭିନ୍ନ ସମସ୍ୟାର ଏବଂ ଏହାର ସମାଧାନ ନେଇ ଆଲୋଚନା କରିଥିଲେ l ଜିଲାପାଳ ଏହି ଦିଗରେ ଅନୁଧ୍ୟାନ କରି ଯଥା ସମ୍ଭବ ପଦକ୍ଷେପ ନେବେ ବୋଲି କହିଥିବା ବିଧାୟକ ସେଠୀ କହିଛନ୍ତି। ସେହିପରି ବିଧାୟକ ସେଠୀ କେନ୍ଦୁଝର ଏସ୍‌ପି କୁଶଲକର ନୀତିନ ଦାଗୁଡୁଙ୍କୁ ସୌଜନ୍ୟ ମୂଳକ ସାକ୍ଷାତ କରିଥିଲେ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share