ବାରିପଦା,୨୨ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ରେଲଓ୍ବେର ବିକାଶ ନିମନ୍ତେ ବିଧାୟକମାନେ ରେଳମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି। ବାରିପଦା ବିଧାୟକ ପ୍ରକାଶ ସୋରେନ, ବଡ଼ସାହି ବିଧାୟକ ସନାତନ ବିଜୁଳି, ସାରସକଣା ବିଧାୟକ ଡା.ବୁଢାନ ମୁର୍ମୁ, ରାଇରଙ୍ଗପୁର ବିଧାୟକ ନବଚରଣ ମାଝୀ ଓ ଯଶିପୁର ବିଧାୟକ ଗଣେଶରାମ ସିଂ ଖୁଣ୍ଟିଆ ପ୍ରମୁଖ ଦିଲ୍ଲୀସ୍ଥିତ ରେଳମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ପହଞ୍ଚି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ସାକ୍ଷାତ କରି ଜିଲାରେ ରେଲଓ୍ବେର ବିକାଶ ଓ ରେଳ ଚଳାଚଳ ନେଇ ଆଲୋଚନା କରିଥିଲେ।
ସାପ୍ତାହିକ ମେମୁ ଟ୍ରେନକୁ ବାଙ୍ଗରିପୋଷିରୁ ବାଲେଶ୍ୱର ପର୍ଯ୍ୟନ୍ତ ଚଳାଚଳ କରିବା, ବାଙ୍ଗରିପୋଷିରୁ ଚକୁଳିଆ ପର୍ଯ୍ୟନ୍ତ ରାସ୍ତା ସମ୍ପ୍ରସାରଣ କାର୍ଯ୍ୟ କରି ଟ୍ରେନ ଚଳାଚଳ କରିବା, କୃଷ୍ଣଚନ୍ଦ୍ରପୁର ରେଳଷ୍ଟେଶନ ନିକଟରେ ଫୁଟ ଓଭର ବ୍ରିଜ ନିର୍ମାଣ, ବାରିପଦା ଭଞ୍ଜପୁର ଷ୍ଟେଶନ ନିକଟସ୍ଥ ଦାମୋଦରପୁର ଜାତ