କେନ୍ଦ୍ର ରେଳମନ୍ତ୍ରୀଙ୍କୁ ଭେଟିଲେ ବିଧାୟକ ମୋହନ ମାଝି

କେନ୍ଦୁଝର,୨ା୪(ସ୍ବ.ପ୍ର.): କେନ୍ଦୁଝର ସଦର ବିଧାୟକ ମୋହନ ମାଝି କେନ୍ଦ୍ର ରେଳମନ୍ତ୍ରୀଙ୍କୁ ଶନିବାର ଦିଲ୍ଲୀରେ ଭେଟି କେନ୍ଦୁଝର ରେଳପଥର ବିଭିନ୍ନ ସମସ୍ୟା ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଛନ୍ତି। ସମସ୍ତ ସମସ୍ୟା ମଧ୍ୟରେ କେନ୍ଦୁଝର ଦେଇ ଭୁବନେଶ୍ବର- ଦିଲ୍ଲୀ ରେଳ ଚଳାଚଳକୁ ଅଗ୍ରାଧିକାର ଦେବା ପାଇଁ ଅନୁରୋଧ କରିଛନ୍ତି। ଉତ୍ତରରେ ମାନ୍ୟବର ମନ୍ତ୍ରୀ ଦିଲ୍ଲୀ ଟ୍ରେନ ଚଳାଚଳ ପାଇଁ ନିଶ୍ଚିତ ସୁଯୋଗ ସୃଷ୍ଟି କରିବାର ଆଶ୍ବାସନା ଦେଇଥିଲେ। ବିଧାୟକ କେନ୍ଦ୍ର ମନ୍ତ୍ରୀଙ୍କୁ କେନ୍ଦୁଝରକୁ ଆମନ୍ତ୍ରଣ କରିବା ସହ ନିଜେ ଆସି ଅନ୍ୟାନ୍ୟ ଅସୁବିଧା ବୁଝି ସମାଧାନ ପାଇଁ ଅନୁରୋଧ କରିଥିଲେ। କେନ୍ଦ୍ରମନ୍ତ୍ରୀ ଖୁବ୍‌ଶୀଘ୍ର କେନ୍ଦୁଝର ଗସ୍ତରେ ଆସିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।

Share