Posted inଜାତୀୟ

ଗୁଜରାଟ କଂଗ୍ରେସକୁ ଝଟ୍‌କା: ଇସ୍ତଫା ଦେଲେ ୧୧ଥର ବିଧାୟକ ରହିଥିବା ମୋହନ ସିଂ ରାଠଓ୍ବା

ଅହମଦାବାଦ,୮।୧୧: ଚଳିତ ବର୍ଷ ଗୁଜୁରାଟ ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସ ଦଳକୁ ଏକ ବଡ଼ ଝଟ୍‌କା ଲାଗିଛି। ଛୋଟ ଉଦୟପୁରରୁ ୧୧ ଥର ବିଧାୟକ ରହିଥିବା ମୋହନ ସିଂ ରାଠଓ୍ବା ମଙ୍ଗଳବାର କଂଗ୍ରେସରୁ ଇସ୍ତଫା ଦେଇଛନ୍ତି। ଖୁବ୍‌ଶୀଘ୍ର ସେ ଭାଜପାରେ ସାମିଲ ହେବେ ବୋଲି ଜଣାପଡ଼ିଛି। କୁହାଯାଉଛି, ଗତ କିଛି ଦିନ ହେବ ମୋହନ ସିଂହ ଦଳ ଉପରେ ଅସନ୍ତୋଷ ରହିଛନ୍ତି। ଏହାପୂର୍ବରୁ ସେ ମେ’ରେ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବେ ନାହିଁ କହିଥିଲେ। ବର୍ତ୍ତମାନ ସେ ବୃଦ୍ଧ ହୋଇଯାଇଛନ୍ତି ଏବେ ଯୁବକମାନଙ୍କୁ ସୁଯୋଗ ଦେବାକୁ ଚାହୁଁଛନ୍ତି ବୋଲି ସେ କହିଛନ୍ତି। ଏହା ମଧ୍ୟ କୁହାଯାଉଛି ଯେ, ମୋହନ ସିଂ ବର୍ତ୍ତମାନ କିଛି ସମୟ ରାଜନୀତିରେ ସକ୍ରିୟ ଥିବା ତାଙ୍କ ପୁଅ ରାଜେନ୍ଦ୍ର ସିଂ ରାଠଓ୍ବାଙ୍କୁ କ୍ଷମତା ହସ୍ତାନ୍ତର କରିବାକୁ ଚାହୁଁଛନ୍ତି। ଏକ ସାକ୍ଷାତକାରରେ ସେ ସ୍ପଷ୍ଟ ଭାବେ କହିଛନ୍ତି ଯେ, ଗତ ୫୫ ବର୍ଷ ଧରି ସେ କ୍ରମାଗତ ବିଧାନସଭାକୁ ପ୍ରତିନିଧିତ୍ୱ କରୁଛନ୍ତି। ଏବେ ସେମାନଙ୍କର ଅନୁଭବ ହେଉଛି ଗୁଜୁରାଟରେ ନୂଆ ଚେହେରା ଏବଂ ବିଶେଷକରି ଯୁବକମାନେ ରାଜନୀତିରେ ଆସିବା ଉଚିତ୍‌। ଯେଉଁମାନେ ବର୍ଷ ବର୍ଷ ଧରି ବିଧାନସଭାର ସଦସ୍ୟ ରହିଆସିଛନ୍ତି ସେମାନେ ବର୍ତ୍ତମାନ ଖୁସିରେ ଯୁବକମାନଙ୍କ ପାଇଁ ରାସ୍ତା ସଫା କରିଦେବା ଉଚିତ୍‌ ବୋଲି ମୋହନ ସିଂହ କହିଛନ୍ତି। ସୂଚନାଯୋଗ୍ୟ, ବରିଷ୍ଠ ନେତା ତଥା ୧୧ଥର ବିଧାୟକ ରହିଥିବା ମୋହନ ସିଂ ୨୦୧୨ଠାରୁ ଏହି ଆସନରୁ ଜିତି ଆସୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୨ କୋଟି ଟଙ୍କା ଦିଅ, ନଚେତ୍ ସଲମାନଙ୍କ ମୁଣ୍ଡ ଗଡିବ

ମୁମ୍ବାଇ,୩୦/୧୦: ବଲିଉଡ୍ ଅଭିନେତା ସଲମାନ ଖାନଙ୍କୁ ପୁଣି ଥରେ ହତ୍ୟା ଧମକ ମିଳିଛି। ଟ୍ରାଫିକ କଣ୍ଟ୍ରୋଲକୁ ଆସିଥିବା ଏକ ମେସେଜରେ ଜଣେ ଅଜଣା ବ୍ୟକ୍ତି ସଲମାନ...

କାନାଡା ପରେ ଭାରତୀୟ କୂଟନୀତିଜ୍ଞଙ୍କୁ ବହିଷ୍କାର କରିବ କି ଆମେରିକା: ଆସିଲା ବଡ଼ ଅପଡେଟ୍ 

ନୂଆଦିଲ୍ଲୀ/ୱାଶିଂଟନ୍,୩୦/୧୦: ଶିଖ୍ ବିଚ୍ଛିନ୍ନତାବାଦୀ ହରଦୀପ ସିଂହ ନିଜର ହତ୍ୟା ମାମଲାରେ ଭାରତ ଓ କାନାଡା ମଧ୍ୟରେ ସମ୍ପର୍କ ସବୁଠାରୁ ଖରାପ ପର୍ଯ୍ୟାୟରେ ପହଞ୍ଚିଛି। ଏଥିପାଇଁ ଉଭୟ...

ପରମାଣୁ ବୋମାର ବାଦଶାହ ହେବ ଏହି ଦେଶ: ୨୦୨୯ ସୁଦ୍ଧା ଏତିକି….

ନୂଆଦିଲ୍ଲୀ,୩୦/୧୦: ଚାଇନାର ପରମାଣୁ ଅସ୍ତ୍ର ଶସ୍ତ୍ର ଦ୍ରୁତ ଗତିରେ ବୃଦ୍ଧି ପାଉଛି ଏବଂ ଆମେରିକୀୟ ପ୍ରତିରକ୍ଷା ଗୁଇନ୍ଦା ଏଜେନ୍ସିର ଏକ ନୂତନ ରିପୋର୍ଟ ଅନୁଯାୟୀ, ଆଗାମୀ...

୨ ଲକ୍ଷ ଟଙ୍କାର ଲେଦର ବ୍ୟାଗ୍‌ ବ୍ୟବହାରକୁ ନେଇ ମୁହଁ ଖୋଲିଲେ ଜୟା କିଶୋରୀ

କୋଲକାତା,୩୦ା୧୦:ଆଧ୍ୟାତ୍ମିକ ବକ୍ତା ଜୟା କିଶୋରୀଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା, ଯେଉଁଥିରେ ତାଙ୍କୁ ‘ଡିଓର’ ବ୍ରାଣ୍ଡର ଏକ ଦାମୀ ଡିଜାଇନର ଲେଦର ବ୍ୟାଗ୍‌...

ରୋଗୀଙ୍କୁ ଅଚେତ୍‌ କରାଇ ବଳାତ୍କାର କଲେ ଡାକ୍ତର: ଆଉ ତା’ପରେ…

କୋଲକାତା,୩୦ା୧୦:କୋଲକାତାର ଆର୍‌.ଜି କର ମେଡିକାଲ କଲେଜ ଓ ହସ୍ପିଟାଲରେ ମହିଳା ଟ୍ରେନି ଡାକ୍ତରଙ୍କୁ ବଳାତ୍କାର ପରେ ହତ୍ୟା ଘଟଣା ସାରା ଦେଶରେ ହଇଚଇ ସୃଷ୍ଟି କରିଥିଲା।...

ସରକାରଙ୍କ ବଡ଼ ଘୋଷଣା, କମିବ ପେଟ୍ରୋଲ ଦର, ଓଡ଼ିଶାର ଏହିସବୁ ଅଞ୍ଚଳକୁ ମିଳିବ ଲାଭ…

ନୂଆଦିଲ୍ଲୀ,୨୯।୧୦: କମିବ ପେଟ୍ରୋଲ ଓ ଡିଜେଲ ଦର। ଆଜି ଧନତେରାସରେ କେନ୍ଦ୍ର ସରକାର ନେଇଛନ୍ତି ଏହି ବଡ଼ ନିଷ୍ପତ୍ତି। ତେବେ ଏଥିରୁ ଲାଭ ପାଇବେ ତୈଳ...

କେବେ ଦୀପାବଳି? ମୁକ୍ତିମଣ୍ଡପର ନିଷ୍ପତ୍ତ ପରେ କାଶୀ ପଣ୍ଡିତଙ୍କ ମଧ୍ୟରେ ସୃଷ୍ଟିହେଲା ଝଡ

ନୂଆଦିଲ୍ଲୀ,୨୯।୧୦: ଦୀପାବଳି କେବେ ? ଅକ୍ଟୋବର ୩୧ କିମ୍ବା ନଭେମ୍ବର ୧? ଏହାକୁ ନେଇ ଲୋକେ ଦ୍ୱନ୍ଦ୍ୱରେ ଅଛନ୍ତି। କେବଳ ସାଧାରଣ ଲୋକେ ନୁହନ୍ତି, ଚଳିତ...

ହଠାତ୍‌ ଷ୍ଟେଜ ଉପରେ ଭୋ ଭୋ ହୋଇ କାନ୍ଦିଲେ ପ୍ରଧାନମନ୍ତ୍ରୀ ମୋଦି, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୨୯।୧୦: ଆୟୁଷ୍ମାନ ଯୋଜନା ପାର୍ଟ-୨ରେ ସମସ୍ତେ ଲାଭ ନେଇ ପାରିବେ। ୭୦ ବର୍ଷରୁ ଅଧିକ ହେଲେ ବି ଆପଣଙ୍କ ସ୍ବାସ୍ଥ୍ୟ ସେବା ଦାୟିତ୍ୱ ସରକାରଙ୍କର। ଆଜି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri