Categories: ଜାତୀୟ

ବିଧାୟକ ମୋକିମ୍‌ଙ୍କ ଆବେଦନ ସୁପ୍ରିମକୋର୍ଟରେ ଖାରଜ

ନୂଆଦିଲ୍ଲୀ,୩୦।୭: ବାରବାଟୀ-କଟକ ବିଧାୟକ ମହମ୍ମଦ ମୋକିମଙ୍କ ସ୍ବତନ୍ତ୍ର ଲିଭ୍‌ ପିଟିଶନକୁ ସୁପ୍ରିମକୋର୍ଟ ଶୁକ୍ରବାର ଖାରଜ କରିଦେଇଛନ୍ତି। ୨୦୧୯ରେ ବାରାବାଟୀ-କଟକ ବିଧାନସଭା ଆସନରୁ ମୋକିମ୍‌ଙ୍କ ନିର୍ବାଚନକୁ ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟ ଓଡ଼ିଶା ହାଇକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ। ମୋକିମ ନାମାଙ୍କନ ପତ୍ର ଦାଖଲ ବେଳେ ତାଙ୍କ ବିରୋଧରେ ଥିବା ଅପରାଧ ମାମଲା ସମ୍ପର୍କିତ ତଥ୍ୟ ଲୁଚାଇଥିବା ଦେବାଶିଷ ତାଙ୍କ ପିଟିଶନରେ ଦର୍ଶାଇଥିଲେ। ଉକ୍ତ ପିଟିଶନକୁ ଖାରଜ କରିବା ଲାଗି ମୋକିମ ଆବେଦନ କରିଥିଲେ ହେଁ ହାଇକୋର୍ଟ ତାହାକୁ ଖାରଜ କରିଦେଇଥିଲେ। ଓଡ଼ିଶା ହାଇକୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ କରି ବିଧାୟକ ସୁପ୍ରିମକୋର୍ଟରେ ସ୍ପେଶାଲ ଲିଭ୍‌ ପିଟିଶନ ଦାଏର କରିଥିଲେ। ବିଚାରପତି ଏସ୍‌.କେ. କୌଲ ଏବଂ ଏମ୍‌.ଏମ୍‌ ସୁନ୍ଦ୍ରେଶଙ୍କ ଖଣ୍ଡପୀଠ ଏହାକୁ ଖାରଜ କରିଦେଇଛନ୍ତି। ହାଇକୋର୍ଟଙ୍କ ରାୟ ଉପରେ ହସ୍ତକ୍ଷେପ କରିବାକୁ ଖଣ୍ଡପୀଠ ମନା କରିଦେଇଛନ୍ତି।

Share