ନିମନ୍ତ୍ରଣ ପତ୍ରରେ ନ ଥିଲା ନାଁ, ଉଦ୍‌ଘାଟନ ଘୁଞ୍ଚିଲା

ସୋନପୁର,୨୧।୯(ମୃତ୍ୟୁଞ୍ଜୟ ଶତପଥୀ): ଓମ୍‌ଫେଡ୍‌ର ସୋନପୁର ଡେଏରୀ ପ୍ଲାଣ୍ଟ (ଦୁଗ୍ଧ କାରଖାନା) ଉଦ୍‌ଘାଟନ ଉତ୍ସବସ୍ଥଳ ଶନିବାର ରଣକ୍ଷେତ୍ର ପାଲଟିଥିଲା। ନିମନ୍ତ୍ରଣ ପତ୍ରରେ ବୀରମହାରାଜପୁର ବିଧାୟକ ଇଂ. ରଘୁନାଥ ଜଗଦଲାଙ୍କ ନାମ ନ ଥିବାରୁ ଉତ୍ସବ ଆରମ୍ଭ ପୂର୍ବରୁ ଉତ୍ତେଜନା ସୃଷ୍ଟି ହୋଇଥିଲା। ବିଧାୟକଙ୍କ ସମର୍ଥକ ଓ ଭାଜପା କର୍ମକର୍ତ୍ତାମାନେ ଉତ୍ସବ ସ୍ଥଳରେ ପହଞ୍ଚତ୍ ପାଟିତୁଣ୍ଡ କରିଥିଲେ। ଦାୟିତ୍ୱରେ ଥିବା ବିଭାଗୀୟ ଅଧିକାରୀ ଜାଣିଶୁଣି ଏଭଳି କରିଥିବା ବିଧାୟକଙ୍କ ସମର୍ଥକ ଅଭିଯୋଗ କରି ନାରାବାଜି କରିଥିଲେ। କାରଖାନା ପରିସର ଓ ଉତ୍ସବସ୍ଥଳ ହୁଲସ୍ତୂଲ ହୋଇଥିଲା। ଚେୟାର ଫିଙ୍ଗା ସହ ଜଣେ ଅଧିକାରୀଙ୍କୁ ମାଡ ମରାଯାଇଥିଲା। ଏଥିଯୋଗୁ ଜିଲା ଓ ଜିଲା ବାହାରୁ ଆସିଥିବା ଦୁଗ୍ଧଚାଷୀ ଭୟଭୀତ ହୋଇ କିଏ କେଉଁଆଡେ ପଳାଇଥିଲେ। ଓମ୍‌ଫେଡ୍‌ର ଅଧିକାରୀ ଓ କର୍ମଚାରୀ ଭୟରେ ଲୁଚିଥିଲେ। ସୋନପୁର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚତ୍ ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲା। ଏହି ଖବର ପାଇବା ପରେ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେବାକୁ ଆସୁଥିବା ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ବୌଦ୍ଧରୁ ଫେରିଯାଇଥିଲେ। ଉତ୍ସବ ପାଇଁ ଖର୍ଚ୍ଚ ହୋଇଥିବା ଲକ୍ଷାଧିକ ଟଙ୍କା ବରବାଦ ହେଲା। ରାଜ୍ୟରେ ଭାଜପା ସରକାର ଚାଲିଥିବା ବେଳେ ନିମନ୍ତ୍ରଣପତ୍ରରେ ସ୍ଥାନୀୟ ଏମ୍‌ପି ଓ ବିଧାୟକଙ୍କ ନାମ ନ ରହିବା, ଭାଜପା କର୍ମୀଙ୍କ ହଙ୍ଗାମା ପାଇଁ ଉତ୍ସବ ବାତିଲ ହେବା ଚର୍ଚ୍ଚାର ବିଷୟ ପାଲଟିଛି।

ଜିଲା ସୋନପୁର ବ୍ଲକ୍‌ର କଳାପଥରଠାରେ ପ୍ରାୟ ୧୪କୋଟି ଟଙ୍କା ବ୍ୟୟରେ ଓମ୍‌ଫେଡ୍‌ ପକ୍ଷରୁ ଡେଏରୀ ପ୍ଲାଣ୍ଟ ନିର୍ମାଣ ହୋଇଛି। ଏଠାରେ ଦୁଗ୍ଧରୁ ଦହି, ଛେନା, ପନିର, ଲସି ଆଦି ପ୍ରସ୍ତୁତ ହୋଇ ବଜାରରେ ବିକ୍ରି ହେବା ପାଇଁ ଯୋଜନା ରହିଛି। ଏହା ଦ୍ୱାରା ସୁବର୍ଣ୍ଣପୁର, ବୌଦ୍ଧ, କନ୍ଧମାଳ ଓ ବଲାଙ୍ଗୀର ଜିଲାର ଦୁଗ୍ଧଚାଷୀ ଉପକୃତ ହେବେ। ଶନିବାର ଅପରାହ୍ନ ୪ଟାରେ ଏହି କାରଖାନାର ଉଦ୍‌ଘାଟନ ଉତ୍ସବ ଥିଲା। ଉଦ୍‌ଘାଟନୀ କାର୍ଯ୍ୟକ୍ରମ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକଙ୍କ ହୋର୍ଡିଂ ସବୁଠି ଲାଗିଥିଲା। ନିମନ୍ତ୍ରଣପତ୍ରରେ ବିଭାଗୀୟ ମନ୍ତ୍ରୀ ମଲ୍ଳିକ ମୁଖ୍ୟ ଅତିଥି, ବୌଦ୍ଧ ବିଧାୟକ ସରୋଜ ପ୍ରଧାନ, ସୋନପୁର ବିଧାୟକ ନିରଞ୍ଜନ ପୂଜାରୀ ଓ ଓମ୍‌ଫେଡ୍‌ ସଭାପତି କିଶୋର ଚନ୍ଦ୍ର ପ୍ରଧାନୀ ସମ୍ମାନିତ ଅତିଥିଭାବେ ଯୋଗଦେବେ ବୋଲି ଉଲ୍ଲେଖ ଥିଲା। ତେବେ ବଲାଙ୍ଗୀର ଏମ୍‌ପି ସଙ୍ଗୀତା କୁମାରୀ ସିଂଦେଓ ଓ ବୀରମହାରାଜପୁର ବିଧାୟକ ଇଂ. ଜଗଦଲାଙ୍କ ନାମ ନିମନ୍ତ୍ରଣପତ୍ରରେ ନ ଥିଲା। ଏହା ଜାଣିବା ପରେ ଅପରାହ୍ନ ପ୍ରାୟ ୧ଟା ୩୦ରେ ବୀରମହାରାଜପୁର ବିଧାୟକଙ୍କ ଶତାଧିକ ସମର୍ଥକ ନବନିର୍ମିତ କାରଖାନା ପରିସରରେ ପହଞ୍ଚତ୍ ଗଣ୍ଡଗୋଳ ଆରମ୍ଭ କରିଥିଲେ। ସୋନପୁର ଆଇଆଇସି ରମେଶ ମହାନା ପୋଲିସ ଟିମ୍‌ ସହ ଉତ୍ସବ ସ୍ଥଳରେ ପହଞ୍ଚତ୍ ପରିସ୍ଥିତିକୁ ନିୟନ୍ତ୍ରଣକୁ ନେଇଥିଲେ। ଉତ୍ତେଜନାକୁ ଆଖି ଆଗରେ ରଖି କାରଖାନା ପରିସରରେ ପୋଲିସ ଟିମ୍‌କୁ ମୁତୟନ କରାଯାଇଛି। ଶନିବାର ଉଦ୍‌ଘାଟନ ଉତ୍ସବ ପାଇଁ ସଭା ମଞ୍ଚ ପ୍ରସ୍ତୁତ ସହ ୫୦୦ ଦୁଗ୍ଦଚାଷୀଙ୍କ ପାଇଁ ସମସ୍ତ ବ୍ୟବସ୍ଥା ହୋଇଥିଲା। କନ୍ଧମାଳ, ବୌଦ୍ଧ, ସୁବର୍ଣ୍ଣପୁର ଓ ବଲାଙ୍ଗୀର ଜିଲାରୁ ପ୍ରାୟ ୨୦୦ ଚାଷୀ ସଭାସ୍ଥଳରେ ପହଞ୍ଚତ୍ସାରିଥିଲେ। ଏହି ଘଟଣାକୁ ବୁଦ୍ଧିଜୀବୀ ମହଲରେ ନିନ୍ଦା କରାଯାଇଛି। ଏ ସମ୍ପର୍କରେ ଓମ୍‌ଫେଡ୍‌ର ପରିଚାଳନା ନିର୍ଦ୍ଦେଶକ ବିଜୟ ଅମୃତା କୁଲାଙ୍ଗେଙ୍କୁ ପଚାରିବାରୁ ଠିକ୍‌ ସମୟରେ ବର୍ଷାହେବାରୁ ଉତ୍ସବ କାର୍ଯ୍ୟକ୍ରମ ରବିବାର ଅପରାହ୍ନକୁ ଘୁଞ୍ଚିଥିବା କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଜଙ୍ଗଲକୁ କାଠ ଆଣିବାକୁ ଯାଇଥିବା ବେଳେ ଗୋଡ଼ାଇ ଗୋଡ଼ାଇ ଆକ୍ରମଣ କଲେ ମହୁମାଛି, ଚାଲିଗଲା ଜଣଙ୍କ ଜୀବନ

ଲାଞ୍ଜିଗଡ଼,୨୨ା୯(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ବିଜେପୁର ଥାନା ଅନ୍ତର୍ଗତ ବେନଗାଁ ପଞ୍ଚାୟତର ବେତିଆପଡ଼ା ଗାଁରେ ମହୁମାଛି ଆକ୍ରମଣରେ ଜଣେ ବ୍ୟକ୍ତି ପ୍ରାଣ ହରାଇଛନ୍ତି। ଅନ୍ୟ...

ଓଡ଼ିଶାରେ ଜନ ଭାଗୀଦାରିରେ ଚାଲୁଛି ସରକାର: ଉପମୁଖ୍ୟମନ୍ତ୍ରୀ

ଜଗତ୍‌ସିଂହପୁର,୨୨।୯ (ପ୍ରମୋଦ କୁମାର ନାୟକ): ଜଗତ୍‌ସିଂହପୁରସ୍ଥିତ ନବକୃଷ୍ଣ ଚୌଧୁରୀ ଷ୍ଟାଡିୟମ ପରିସରରେ ଶନିବାର ରାଜ୍ୟର ଭାଜପା ସରକାରଙ୍କ ୧୦୦ ଦିନ ଉପଲକ୍ଷେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।...

ଆସୁଛି ଆଉ ଏକ ଲଘୁଚାପ: ପ୍ରବଳ ବର୍ଷିବ

ଭୁବନେଶ୍ୱର,୨୨।୯: ଆସୁଛି ଆଉ ଏକ ଲଘୁଚାପ। ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଏବଂ ତା ଆଖପାଖ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଯାହା ସୋମବାର ସୁଦ୍ଧା...

ନବୀନ-କନକବର୍ଦ୍ଧନ ମୁହାଁମୁହିଁ, କହିଲେ ପ୍ରଥମ ଥର ଖୋଲିଲେ ମୁହଁ…

କଟକ,୨୨ା୯(ଶିଳ୍ପା ପ୍ରିୟଦର୍ଶିନୀ): ଭରତପୁର ଥାନାରେ ମେଜର ଗୁରୁଭନ୍ସ ସିଂ ଓ ତାଙ୍କ ବାନ୍ଧବୀ ଅଙ୍କିତା ପ୍ରଧାନଙ୍କ ଉପରେ ହୋଇଥିବା ନିର୍ଯାତନା ଘଟଣାକୁ ରାଜନୀତୀକରଣ କରା ନ...

ପୋଲିସ ଭିଡିଓ ଭାଇରାଲ କରୁଥିବା ଅଭିଯୋଗ

ଭୁବନେଶ୍ୱର,୨୨ା୯(ସୂର୍ଯ୍ୟକାନ୍ତ ବେହେରା): ଭରତପୁର ଥାନାରେ ଆର୍ମି ଅଫିସର କ୍ୟାପ୍‌ଟେନ୍‌ ଗୁରୁଭନ୍ସ ସିଂ ଏବଂ ତାଙ୍କ ବାନ୍ଧବୀ ଅଙ୍କିତା ପ୍ରଧାନଙ୍କୁ ନିର୍ଯାତନା ଘଟଣାକୁ ସାରା ଦେଶ ନିନ୍ଦା...

ଓଡ଼ିଶା ଷ୍ଟେଟ ବାର୍‌ କାଉନ୍‌ସିଲ୍‌ ନାମରେ ମୁଖ୍ୟମନ୍ତ୍ରୀଙ୍କୁ ଜାଲ୍‌ ଚିଠି

କଟକ,୨୨ା୯(କାର୍ତ୍ତିକ ସାହୁ): ଓଡ଼ିଶା ଷ୍ଟେଟ ବାର୍‌ କାଉନ୍‌ସିଲ୍‌ ନାମରେ ମୁଖ୍ୟମନ୍ତ୍ରୀଙ୍କୁ ମିଥ୍ୟା ଚିଠି ପ୍ରେରଣ କରାଯାଇଛି। ଉକ୍ତ ଚିଠିରେ ଢେଙ୍କାନାଳ ଜିଲାର ବିଭିନ୍ନ ସ୍ବାସ୍ଥ୍ୟସେବା କେନ୍ଦ୍ରର...

ଥମୁନି ମହିଳାଙ୍କ ଉପରେ ଅତ୍ୟାଚାର, ଅଙ୍ଗନୱାଡି କେନ୍ଦ୍ରରେ କଙ୍ଗାରୁ କୋର୍ଟ

ବାଲେଶ୍ୱର,୨୨ା୯(ବାଞ୍ଛାନିଧି ଦେ): ଅଙ୍ଗନୱାଡ଼ି କେନ୍ଦ୍ରରେ ପଶି କଙ୍ଗାରୁ କୋର୍ଟ କରି କର୍ମୀଙ୍କୁ ଗଛରେ ବାନ୍ଧି ନିସ୍ତୁକ ମାଡ଼ ମାରିବା ଘଟଣା ସାଧାରଣରେ ଆଲୋଡ଼ନ ସୃଷ୍ଟି କରିଛି।...

ଭିଡିଓ ଭାଇରାଲ କରି ଧ୍ୟାନ ହଟାଇବାକୁ ଉଦ୍ୟମ

ଭୁବନେଶ୍ୱର, ୨୨।୯(ସୁନିତ୍‌ ମିଶ୍ର): ଭରତପୁର ଥାନାରେ ମେଜର ଗୁରୁଭନ୍ସ ସିଂ ଓ ତାଙ୍କ ବାନ୍ଧବୀ ଅଙ୍କିତା ପ୍ରଧାନଙ୍କୁ ନିର୍ଯାତନା ଘଟଣାକୁ ନେଇ ଓଡ଼ିଶା ପୋଲିସ ସମେତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri