ପ୍ରାର୍ଥୀଙ୍କ ପାଇଁ ନିର୍ବାଚନ ମଇଦାନରେ ବିଧାୟକ

ଛତ୍ରପୁର,୧୦ା୨(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଛତ୍ରପୁର ବ୍ଲକ ଅଧ୍ୟକ୍ଷ ଏମ. ଧନଞ୍ଜୟ ରେଡ୍ଡୀ ଏହି ବ୍ଲକ ଅନ୍ତର୍ଗତ ୨୦ ନମ୍ବର ଜୋନ୍‌ ଜିଲା ପରିଷଦ ସଭ୍ୟ ପାଇଁ ବିଜେଡିରୁ ପ୍ରାର୍ଥୀ ହୋଇଛନ୍ତି। ତେବେ ତାଙ୍କ ପକ୍ଷରୁ ପ୍ରଚାର ଜୋର୍‌ଦାର ହୋଇଛି। ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା ନିର୍ବାଚନ ପ୍ରଚାରର ମଙ୍ଗ ଧରିଥିବା ବେଳେ ପୂର୍ବତନ ଉପବାଚସ୍ପତି ରାମ ଚନ୍ଦ୍ର ପଣ୍ଡା, ପୂର୍ବତନ ଏମ୍‌ପି ପ୍ରତିନିଧି ଜି. ପାପା ରାଓ, ପୂର୍ବତନ ଏନ୍‌ଏସି ଅଧ୍ୟକ୍ଷା ଜି. ଆରତି, ପୂର୍ବତନ ଉପାଧ୍ୟକ୍ଷ ପ୍ରଦୋଷ ବେହେରା ପ୍ରମୁଖ ପ୍ରଚାରରେ ସାମିଲ ହୋଇଛନ୍ତି। ନବୀନ ସରକାରଙ୍କ ବିକାଶ ମୂଳକ କାର୍ଯ୍ୟକୁ ଆଧାର କରି ଭୋଟ୍‌ଭିକ୍ଷା କରାଯାଉଛି।

Share