Categories: ଜାତୀୟ

ଭୋଟରଙ୍କ ଜୋତା ପଲିସ କଲେ ବିଧାୟକ, ସୋସିିଆଲ ମିଡ଼ିଆରେ ଭାଇରାଲ…

ଜୟପୁର,୩।୧୦ : ରାଜସ୍ଥାନର ଦୌସା ଜିଲାର ମହୁଆ ବିଧାନସଭା ନିର୍ବାଚନମଣ୍ଡଳୀର ନିର୍ଦ୍ଦଳୀୟ ବିଧାୟକ ଓମ ପ୍ରକାଶ ହୁଡଲା ତାଙ୍କର ଅଜବ କାର୍ଯ୍ୟ ଯୋଗୁ ସବୁବେଳେ ଖବରରେ ରହିଥାନ୍ତି। କିନ୍ତୁ ଏଥର ତାଙ୍କର ଏକ ଭିନ୍ନ ଅବତାର ଦେଖିବାକୁ ମିଳିଛି। ବିଧାୟକ ଓମପ୍ରକାଶଙ୍କର ଏକ ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ସେ ତାଙ୍କ ବିଧାନସଭା ନିର୍ବାଚନମଣ୍ଡଳୀ ଭୋଟରଙ୍କ ଜୋତାକୁ ପଲିସ କରୁଥିବା ଦେଖିବାକୁ ମିଳୁଛି।

ସୂଚନାନୁସାରେ, ଗାନ୍ଧୀ ଜୟନ୍ତୀ ଅବସରରେ ହୁଡଲା ମହୁଆ ପୋଲିସ ଷ୍ଟେଶନ ସମ୍ମୁଖରେ ତମ୍ବୁ ଓ ବ୍ୟାନର ଲଗାଇ ଜୋତା ପଲିସ କରିଥିଲେ। ଏହା ପରେ ସେ ତାଙ୍କ ଅଞ୍ଚଳର ଭୋଟର ଏବଂ କର୍ମୀଙ୍କ ଜୋତାକୁ ପଲିସ କରୁଥିବା ଦେଖିବାକୁ ମିଳିଥିଲା।

ଭୋଟରଙ୍କ ଜୋତାକୁ ପଲିସ କରୁଥିବା ମହୁଆ ବିଧାୟକଙ୍କ ଫଟୋ ଭାଇରାଲ ହେବା ପରେ ରାଜନୈତିକ ମହଲରେ ଆଲୋଚନା ତୀବ୍ର ହୋଇଛି। ଲୋକମାନେ ତାଙ୍କ ଶୈଳୀକୁ ବିଭିନ୍ନ ଦୃଷ୍ଟିକୋଣରୁ ଦେଖୁଛନ୍ତି । ତେବେ ଏହି ସମଗ୍ର ପ୍ରସଙ୍ଗରେ ବିଧାୟକଙ୍କ ପ୍ରତିକ୍ରିୟା ମଧ୍ୟ ସାମ୍ନାକୁ ଆସିଛି। ସେ କହିଛନ୍ତି ଜୋତା ପଲିସର ମୂଳ ଉଦ୍ଦେଶ୍ୟ ହେଉଛି ଭୋଟର ଏବଂ କର୍ମୀମାନଙ୍କୁ ବୁଝିବା। ପ୍ରକୃତରେ ବିଧାୟକ ଛୋଟ। ଭୋଟର ଏବଂ କର୍ମୀମାନେ ମୋ ଦଳ ପାଇଁ ବଡ଼।

 

Share