ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ଜାମିନ

କଟକ ଅଫିସ, ୧ା୬: ଗଞ୍ଜାମ ଜିଲା ଗୋଳନ୍ଥରା ଥାନାରେ ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ବିରୋଧରେ ଥିବା ୩ଟି ମାମଲାରେ ତାଙ୍କୁ ସୋମବାର ହାଇକୋର୍ଟରୁ ଜାମିନ ମିଳିଛି। ୧୪ ଲକ୍ଷ ଟଙ୍କା ଜମାକରି ଜାମିନରେ ଯିବେ ବୋଲି ହାଇକୋର୍ଟ ସର୍ତ୍ତ ରଖିଛନ୍ତି। ହାଇକୋର୍ଟର ଅବକାଶକାଳୀନ ବିଚାରପତି ସଙ୍ଗମ କୁମାର ସାହୁ ଏହି ମାମଲାର ଶୁଣାଣି କରି ଉପରୋକ୍ତ ନିର୍ଦ୍ଦେଶ ଦେଇଛନ୍ତି। ତେବେ ଜାମିନ ମିଳିବା ସତ୍ତ୍ୱେ ସେ ଜେଲ୍‌ରୁ ବର୍ତ୍ତମାନ ବାହାରି ପାରିବେନାହିଁ। ସେ ଟାଟା କମ୍ପାନୀରେ ଚାକିରି କରାଇଦେବା ନଁାରେ ୩ ଜଣଙ୍କଠାରୁ ୧୪ ଲକ୍ଷ ଟଙ୍କା ନେଇଥିଲେ। ଏ ନେଇ ଗୋଳନ୍ଥରା ଥାନାରେ ତିନୋଟି ପୃଥକ ମାମଲା ରୁଜୁ ହୋଇଥିଲା। ଏହି ମାମଲାରେ ସେ ଜାମିନ ଆବେଦନ କରି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ହାଇକୋର୍ଟ ତାଙ୍କୁ ଏଥିରେ ଜାମିନ ପ୍ରଦାନ କରିଛନ୍ତି। ପୂର୍ବରୁ ସେ ଗୋଟିଏ ମାମଲାରେ ଜାମିନ ପାଇଛନ୍ତି। ତେବେ ତାଙ୍କ ନଁାରେ ଆଉ ୨ଟି ମାମଲା ରହିଛି।

Share