ଧର୍ମଶାଳା ବିଧାୟକଙ୍କୁ ମାଡ଼ ମାରିବା ପ୍ରସଙ୍ଗରେ ବର୍ଷିଲେ ପ୍ରମିଳା, କହିଲେ ରାତିରେ କାହିଁକି…

ଭୁବନେଶ୍ୱର,୨୩ା୧୧: ଯାଜପୁର ଜିଲା ଧର୍ମଶାଳା ବିଧାୟକ ହିମାଂଶୁ ସାହୁଙ୍କୁ ମାଡ଼ ମାରିବା ପ୍ରସଙ୍ଗରେ ବିଜେଡି ବିଧାୟିକା ପ୍ରମିଳା ମଲ୍ଲିକ ଶନିବାର ପ୍ରବଳ ବର୍ଷିଛନ୍ତି। ପ୍ରମିଳା ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି, ରାତିରେ କଳାକାର୍‌ରେ ବିଧାୟକ କେଉଁ କାମରେ ଯାଉଥିଲେ। ଗୋଟିଏ ଜାଗାରେ ଯଦି ଆନ୍ଦୋଳନ ହେଉଛି ସେଠାକୁ କାହିଁକି ଯାଉଥିଲେ। ସେଠିକି ବିଧାୟକ ଜାଣିଶୁଣି ଯାଉଥିଲେ। ସେ ଗଣ୍ଡଗୋଳ କରିବା ପାଇଁ ହିଁ ଯାଇଥିଲେ।

ବିଧାୟକ ମିଛ କଥା କହିଛନ୍ତି। ପୋଲିସ ଏବେ ଭାଜପା କଥାରେ ଚାଲୁଛି। ଶାସକ ଦଳର ହାତବାରିସି ସାଜିଛି ପୋଲିସ। ବିଜେଡି ସରକାରରେ ଯେମିତି କାର୍ଯ୍ୟାନୁଷ୍ଠାନ ପୋଲିସ ନେଉଥିଲା ଏବେ କାହିଁକି ନେଉନାହିଁ। ବିଧାୟକ ତାଙ୍କ ଗାଡ଼ିରୁ ଆଗେ ଓହ୍ଲାଇଛନ୍ତି ସେ ଅଯଥା ମିଛ କଥା କହୁଛନ୍ତି।

ଅନ୍ୟପକ୍ଷରେ ଜଣେ ବ୍ୟବସାୟୀଙ୍କୁ ଧମକ ଦେବା ଅଭିଯୋଗରେ ଗିରଫ ହୋଇଛନ୍ତି ବିଜେଡି ନେତା ବବି ଦାସଙ୍କ ଭାଇ ଭବ ପ୍ରସାଦ ଦାସ। ତାଙ୍କୁ ଗିରଫ କରାଯାଇ ଏସ୍‌ଡିଜିଏମ୍‌ଙ୍କ ବାସଭବନକୁ ଅଣାଯାଇଛି। ତାଙ୍କୁ ଗିରଫ କରାଯାଇ ଏସ୍‌ଡିଜିଏମ୍‌ଙ୍କ ବାସଭବନକୁ ଅଣାଯାଇଛି। ଗତ ବିଳମ୍ବିତ ରାତିରେ ଯାଜପୁର ଟାଉନ ପୋଲିସ ଭବଙ୍କୁ ଅଟକ ରଖିଥିଲା।

ସୂଚନାଯୋଗ୍ୟ, ବହୁ ବର୍ଷ ପୂର୍ବରୁ ବିରଜା ମନ୍ଦିର ନିକଟରେ ଚାଲି ଆସୁଥିବା ବିରଜା ହାଟକୁ ପୂର୍ବ ସରକାର ଅମଳରେ ବିରଜା ପ୍ରକଳ୍ପ ପାଇଁ ଏହାକୁ ସନ୍ଥ ମାଧବ ନିକଟକୁ ସ୍ଥାନାନ୍ତର କରାଯାଇଥିଲା। ହେଲେ ସେଠି ଭଲ ବ୍ୟବସାୟ ହେଉ ନ ଥିବା ନେଇ ବାରମ୍ବାର ବ୍ୟବସାୟୀଙ୍କ ଅଭିଯୋଗରୁ ପୁଣି ହାଟକୁ ପୂର୍ବସ୍ଥାନକୁ ଫେରାଇ ଅଣାଯିବାକୁ ନିଷ୍ପତ୍ତି ହୋଇଥିଲା । ଯାହାକୁ ନେଇ ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ।

ଗୋଟିଏ ଗୋଷ୍ଠୀ ପୂର୍ବ ସ୍ଥାନକୁ ହାଟ ଫେରିବା ଚାହୁଁଥିବା ବେଳେ ଅପର ଗୋଷ୍ଠୀ ବିରଜା ପ୍ରକଳ୍ପକୁ ଭଣ୍ଡୁର କରାଯିବାର ଉଦ୍ଦେଶ୍ୟ କହି ଏହାର ବିରୋଧ କରୁଥିଲେ। ହାଟ ସ୍ଥାନାନ୍ତର ପାଇଁ ପ୍ରଶାସନର ନିଷ୍ପତ୍ତି ବିରୋଧରେ ରାସ୍ତାରୋକୋବେଳେ ବିଧାୟକଙ୍କ ଗାଡ଼ି ସେଇ ରାସ୍ତା ଦେଇ ଅତିକ୍ରମ କରୁଥିବାବେଳେ ଆକ୍ରମଣ ହୋଇଥିଲା। ଏହି ଆକ୍ରମଣ ମାମଲାରେ ପୋଲିସ ୧୦ ଜଣଙ୍କୁ ଗିରଫ କରି ଜେଲ ହାଜତକୁ ପଠାଯାଇଛି ।


Enter your email to get our daily news in your inbox.

All Right Reserved By Dharitri.Com

ପାଣି ପାଇଁ ଛଟପଟ ଗ୍ରାମବାସୀ

ଝାରସୁଗୁଡ଼ା,୧୫।୪(ଆଶିଷ ରଞ୍ଜନ ଦାଶ): ଝାରସୁଗୁଡ଼ା ଜିଲା ସଦର ବ୍ଲକ ଅଧୀନ କୁ. କଣ୍ଟାପାଲି ଗ୍ରାମରେ ଥିବା ଜଳ ଯୋଗାଣ ବିଭାଗ ଟ୍ରାନ୍ସଫର୍ମର ଗତ ବୁଧବାର ରାତିଠାରୁ...

ମଦ ଚୋରାଚାଲାଣ ବେଳେ ଧରିଲେ ଗ୍ରାମବାସୀ

ବେହେରା,୧୫ା୪ (ଭୂପେଶ ତିୱାରୀ): କଳାହାଣ୍ଡି ଜିଲା ଧର୍ମଗଡ ବ୍ଲକ ବେହେରାଠାରେ ଥିବା ବିଦେଶୀ ମଦ ଦୋକାନର ଦୁଇଜଣ କର୍ମଚାରୀ ବିଦେଶୀ ମଦ ଚୋରା ଚାଲାଣ କରୁଥିବା...

ଅଧିକ ପାଠପଢ଼ି ଭବିଷ୍ୟତ ଉଜ୍ଜ୍ୱଳ ଲାଗି ଆହ୍ବାନ

ଭଞ୍ଜନଗର,୧୫।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ ପଦାର୍ଥ ବିଜ୍ଞାନ ବିଭାଗର ଯୁକ୍ତ ୩ ଶେଷ ବର୍ଷ ଛାତ୍ରୀ ଛାତ୍ରଙ୍କୁ...

ସେବାଶ୍ରମ ଛାତ୍ରୀଛାତ୍ରଙ୍କୁ ମହୁମାଛି ଆକ୍ରମଣ: ୪୦ରୁ ଉର୍ଦ୍ଧ୍ୱ ଛାତ୍ରୀଛାତ୍ରଙ୍କୁ କାମୁଡିଲା, ୪ ଗୁରୁତର

ଦାରିଙ୍ଗବାଡି, ୧୫।୪ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବାଡାବାଙ୍ଗା ପଞ୍ଚାୟତରେ ଥିବା ସେବାଶ୍ରମରେ ମହୁମାଛି ଆକ୍ରମଣରେ ପ୍ରାୟ ୪୦ରୁ ଉର୍ଦ୍ଧ ଛାତ୍ରୀଛାତ୍ର ଆହତ ହୋଇଥିବା...

ବିଜୁ ପ୍ରତିମୂର୍ତ୍ତି ପୋଡ଼ିବା ପରେ ତାତିଲା ବିଜେଡି : ଦେବୀ, ଅରୁଣ, ପ୍ରତାପ କହିଲେ…

ଭୁବନେଶ୍ୱର, ୧୫।୪: ପାଟଣାଗଡ଼ରେ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତି ପୋଡ଼ିବା ଘଟଣାରେ ବିଜେଡିର ବରିଷ୍ଠ ନେତା ପ୍ରେସମିଟ କରିଛନ୍ତି। ବିଜୁ ପ୍ରତିମୂର୍ତ୍ତି ପୋଡିବାକୁ ନିନ୍ଦନୀୟ ବୋଲି କହଛି...

ପ୍ରମିଳା କହିଲେ ଆମ ଦଳରେ ସବୁ ଠିକ୍‌ : ନବୀନଙ୍କ ସପକ୍ଷରେ ସମସ୍ତେ

ଭୁବନେଶ୍ୱର,୧୫।୪: ଓ୍ବକଫ୍‌ ବିଲ୍‌କୁ ନେଇ ବିଜେଡିରେ ଫାଟ ସୃଷ୍ଟି ହୋଇଥିଲା। ପରେ ନେତାଙ୍କ ମେଳି ମଧ୍ୟ ଦେଖିବାକୁ ମିଳିଥିଲା। ତେବେ ଏହି ଘଟଣାକୁ ନେଇ ଆମ...

ପ୍ରତିମୂର୍ତ୍ତି ଜାଳିଥିବା ବ୍ୟକ୍ତି ଚିହ୍ନଟ ପରେ ପ୍ରତିକ୍ରିୟା ରଖିଲେ ହିମାଂଶୁ ଲାଲ…

ପାଟଣାଗଡ଼,୧୫।୪(ସଚ୍ଚିଦାନନ୍ଦ ମହାକୁର): ବଲାଙ୍ଗୀର ଜିଲା ପାଟଣଗଡ଼ ଏନଏସିସ୍ଥିତ ବ୍ଳକ ଛକଠାରେ ଦୀର୍ଘଦିନ ହେଲା ପଲିଥିନ ଘୋଡାହୋଇ ରହିଥିବା ଓଡ଼ିଶାର ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ପ୍ରତିମୁର୍ତ୍ତିରେ...

ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ନିଷ୍ପତ୍ତି: ୧୦ଲକ୍ଷ ଟଙ୍କା ପର୍ଯ୍ୟନ୍ତ ୠଣ ଉପରେ ସୁଧ ଛାଡ଼

ଭୁବନେଶ୍ୱର, ୧୫।୪(ସୁନିତ ମିଶ୍ର): ମଙ୍ଗଳବାର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇ ରାଜ୍ୟ ସରକାର ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ମାନଙ୍କ ପାଇଁ ସୁଧ ମୁକ୍ତ ୠଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image