ବିଧାୟକ ପ୍ରଶାନ୍ତ ମୁଦୁଲି କରୋନା ସଂକ୍ରମିତ

ଭୁବନେଶ୍ୱର,୪।୯(ବ୍ୟୁରୋ)-ବିଜେଡିର ଆଉ ଜଣେ ବିଧାୟକ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଜଗତସିଂହପୁର ବିଧାୟକ ତଥା ବିଜେଡି ବରିଷ୍ଠ ନେତା ପ୍ରଶାନ୍ତ କୁମାର ମୁଦୁଲି ଶୁକ୍ରବାର କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏ ନେଇ ସେ ତାଙ୍କ ସାମାଜିକ ଗଣମାଧ୍ୟମ ଜରିଆରେ ସୂଚନା ଦେଇଛନ୍ତି। ସେ ଏବେ ସୁସ୍ଥ ଥିବାବେଳେ ନିଜ ଘରେ ସଙ୍ଗରୋଧରେ ରହିଛନ୍ତି। ତାଙ୍କ ସଂସ୍ପଶର୍ର୍ରେ ଆସିଥିବା ଲୋକମାନେ ନିଜର କୋଭିଡ ପରୀକ୍ଷା କରାଇ ନେବାକୁ ସେ ଅନୁରୋଧ କରିଛନ୍ତି।

Share