Categories: ଜାତୀୟ

ମୁଖ୍ୟମନ୍ତ୍ରୀଙ୍କୁ ବିଧାୟକଙ୍କ ଚେତାବନୀ, ଘର ବାହାରେ ପଢିବେ ହନୁମାନ ଚାଳିଶା

ମୁମ୍ବାଇ,୨୧ ।୪: ମହାରାଷ୍ଟ୍ରର ନିର୍ଦ୍ଦଳୀୟ ବିଧାୟକ ରବି ରାଣା ବୁଧବାର କହିଛନ୍ତି ସେ ୨୩ ଏପ୍ରିଲରେ ମୁମ୍ବାଇ ଆସିବେ ଓ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ଘର ବାହାରେ ହନୁମାନ ଚାଳିଶା ପାଠ କରିବେ । ବିଦର୍ଭର ବଡନେରା ଆସନର ବିଧାୟକ ଖବରଦାତାଙ୍କୁ କହିଛନ୍ତି କି ମୁଖ୍ୟମନ୍ତ୍ରୀ ତାଙ୍କ ପ୍ରଶଂସକଙ୍କ ସହ ହନୁମାନ ଚାଳିଶା ପାଠ କରନ୍ତୁ ନଚେତ୍ ରାଣା ତାଙ୍କ ସମର୍ଥକଙ୍କ ସହ ମିଶି ମୁଖ୍ୟମନ୍ତ୍ରୀଙ୍କ ଘର ବାହାରେ ଖୁବ ଜୋରରେ ହନୁମାନ ଚାଳିଶା ପାଠ କରିବେ । ସୂଚନାଯୋଗ୍ୟ, ହନୁମାନ ଜୟନ୍ତିରେ ବିଧାୟକ ମୁଖ୍ୟମନ୍ତ୍ରୀଙ୍କୁ ହନୁମାନ ଚାଳିଶା ପାଠ କରିବାକୁ କହିଥିଲେ । ଏହାପରେ ଶିବସେନା ଏହାର କଡା ସମାଲୋଚନା କରିବା ସହ ସାମ୍ପ୍ରଦାୟକ ବିଦ୍ୱେଷ ଉସକାଇବା ଅଭିଯୋଗ ଆଣିଥିଲେ ।

Share