କର୍ମଚାରୀଙ୍କୁ ତାଗିଦ କଲେ ବିଧାୟକ, ଭତ୍ତା ପ୍ରଦାନରେ….

ଘଣ୍ଟାପଡ଼ା, ୬ା୭(ପ୍ରଭାତ କୁମାର ସାହୁ):ବୌଦ୍ଧ ଜିଲା କଣ୍ଟାମାଳ ନିର୍ବାଚନମଣ୍ଡଳୀର ନବ ନିର୍ବାଚିତ ବିଧାୟକ କହ୍ନେଇ ଚରଣ ଡାଙ୍ଗ ବୁଧବାର ପ୍ରଥମ କରି କଣ୍ଟାମାଳ ବ୍ଲକକୁ ପରିଦର୍ଶନରେ ଯାଇ ବିଭିନ୍ନ ଉନ୍ନୟନ ପ୍ରକଳ୍ପର ସମୀକ୍ଷା କରିଛନ୍ତି। ଏଥିସହ ଲୋକଙ୍କୁ ତ୍ୱରିତ ସେବା ଯୋଗାଇବା ସହ କାର୍ଯ୍ୟରେ ସ୍ବଚ୍ଛତା ଅବଲମ୍ବନ ପାଇଁ ବିଡ଼ିଓଙ୍କୁ ନିର୍ଦ୍ଦେଶ ଦେଇଥିଲେ। ବ୍ଳକର ସଭାଗୃହରେ ବ୍ଲକ ଅଧ୍ୟକ୍ଷା ସସ୍ମିତା ସେନାପତିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସମୀକ୍ଷା ବୈଠକରେ ବିଧାୟକ ଡାଙ୍ଗ ଉପସ୍ଥିତ ରହି ସମସ୍ତ କର୍ମଚାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ବିଡ଼ିଓ ସାମି ଜୟଶ୍ରୀ ରେଡ୍ଡୀ ବୈଠକ ପରିଚାଳନା କରିଥିଲେ। ବର୍ତ୍ତମାନ ସୁଦ୍ଧା କେଉଁ କେଉଁ ବିଭାଗରେ କେତେ କାର୍ଯ୍ୟ ଅସମ୍ପୂର୍ଣ୍ଣ ରହିଛି, କେତେ କାର୍ଯ୍ୟ କାର୍ଯ୍ୟାଦେଶ ପରେ ମଧ୍ୟ କାର୍ଯ୍ୟାରମ୍ଭ ହୋଇନାହିଁ ଓ କେତେ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଛି ସେ ସମ୍ପର୍କରେ ବିଧାୟକ ଡାଙ୍ଗ ପୁଙ୍ଖାନୁପୁଙ୍ଖ ସମୀକ୍ଷା କରିଥିଲେ। ଅସମ୍ପୂର୍ଣ୍ଣ କାର୍ଯ୍ୟ ଗୁଡିକୁ ଶୀଘ୍ର ସମ୍ପୂର୍ଣ୍ଣ ପାଇଁ ନିର୍ଦେଶ ଦେଇଥିଲେ। ସେହିପରି ଗରିବ ଖଟିଖିଆ, ମୂଲିଆ, ଚାଷୀମାନଙ୍କ ମୌଳିକ ସମସ୍ୟା ଉପରେ ଆଲୋଚନା କରିଥିଲେ। ଗରିବ ଖଟିଖିଆ ଲୋକଙ୍କ ନିମନ୍ତେ ଉଦ୍ଦିଷ୍ଟ ଆବାସ ଯୋଜନା ଓ ଭତ୍ତା ପ୍ରଦାନରେ ସ୍ବଚ୍ଚତା ଅବଲମ୍ବନ କରିବା ସହ ଯଥା ସମୟରେ ଯୋଗାଇ ଦେବା ନିମନ୍ତେ ବିଡ଼ିଓ ଓ କର୍ମଚାରୀମାନଙ୍କୁ ବିଧାୟକ ଡାଙ୍ଗ ତାଗିଦ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଜିଲା ପରିଷଦ ପ୍ରତିନିଧି ଅନିଲ କୁମାର ପ୍ରଧାନ, ଖଲିଆପାଲି ସମିତିସଭ୍ୟ କେଦାରନାଥ ସାହୁ,ବରଗାଁ ସରପଞ୍ଚ ପିନାକଧର ରଣାଙ୍କ ସମେତ ବ୍ଲକ ସହକାରୀ ନିର୍ବାହୀ ଯନ୍ତ୍ରୀ, ଜଳ ଓ ପରିମଳ ବିଭାଗର ସହକାରୀ ଯନ୍ତ୍ରୀ,ବରିଷ୍ଠ କିରାଣି, ଏପିଇଓ, କୋଷାଧ୍ୟକ୍ଷ, ଡିଇଓ,ସମସ୍ତ କନିଷ୍ଠ ଯନ୍ତ୍ରୀ, ପଞ୍ଚାୟତ ନିର୍ବାହୀ ଅଧିକାରୀ, ଗ୍ରାମ ରୋଜଗାର ସେବକ ସମେତ ବ୍ଲକର ସମସ୍ତ କର୍ମଚାରୀ ଓ ଅଧିକାରୀ ଉପସ୍ଥିତ ଥିଲେ।

Share