Advertisement

ଉନ୍ନୟନମୂଳକ କାର୍ଯ୍ୟ ସମୀକ୍ଷା କଲେ ବିଧାୟକ

ଥୁଆମୂଳ ରାମପୁର,୫ା୪ (ଦୁର୍ଗା କୀର୍ତ୍ତି)- କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ପଞ୍ଚାୟତ ସମିତି ସଭାଗୃହଠାରେ ଶୁକ୍ରବାର ଲାଞ୍ଜିଗଡ ନିର୍ବାଚନ ମଣ୍ତଳୀ ବିଧାୟକ ପ୍ରଦୀପ କୁମାର ଦିଶାରୀଙ୍କ ତତ୍ତ୍ୱାବଧାନରେ ବ୍ଲକସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି l ବୈଠକରେ ବିଡିଓ ଧ୍ରୁବଚରଣ ମୁଦୁଲି, ଅତିରିକ୍ତ ତହସିଲଦାର ବିଶ୍ବଜିତ କରକରା, ବିଧାୟକଙ୍କ ବ୍ଲକ ପ୍ରତିନିଧି ମାଣିକ୍ୟ ଚନ୍ଦ୍ର ନାଏକ, ଜିଲା ପରିଷଦ ସଭ୍ୟା ଟୁନି ଖୋସ୍ଲା, ବ୍ଲକ ଉପାଧ୍ୟକ୍ଷ ଜୟନ୍ତୀ ମାଝୀଙ୍କ ସମେତ ବିଭିନ୍ନ ବିଭାଗର କର୍ମଚାରୀ, ସରପଞ୍ଚ, ସମିତି ସଭ୍ୟାସଭ୍ୟ ଯୋଗଦେଇଥିଲେ। ବିଧାୟକ ଦିଶାରୀ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ଉପରେ ସମୀକ୍ଷା କରିଥିଲେ। ବିଶେଷ କରି କୌଣସି ଅଞ୍ଚଳର ଲୋକେ ଯେଭଳି ଶୁଦ୍ଧ ପାନୀୟଜଳ ପାଇବାରୁ ବଞ୍ଚତ୍ତ ନ ହୁଅନ୍ତି ସେ ଦିଗରେ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ। ବାର୍ଦ୍ଧକ୍ୟ ଓ ବିଧବା ଭତ୍ତା କ୍ଷେତ୍ରରେ ଯେମିତି ଲୋକେ ହଇରାଣ ନ ହେବେ, ରାଶନ କାର୍ଡରେ ଇ-କେୱାଇସି କରିବାରେ କୌଣସି ଅସୁବିଧା ଥିଲେ ବିଭାଗୀୟ କର୍ମଚାରୀ ଏହାର ସମାଧାନ କରିବାକୁ ବିଧାୟକ କହିଥିଲେ। ଉକ୍ତ ସମୀକ୍ଷା ବୈଠକକୁ ଜିପିବିଓ ତ୍ରିଲୋଚନ ନାଏକ ପରିଚାଳନା କରିଥିବା ବେଳେ ବ୍ଲକର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share