Categories: ଜାତୀୟ

ବିଧାୟକ ସନ୍ଦୀପ ଜାଖର କଂଗ୍ରେସରୁ ନିଲମ୍ବିତ

ନୂଆଦିଲ୍ଲୀ,୨୦।୮: କଂଗ୍ରେସ ହାଇକମାଣ୍ଡ ପଞ୍ଜାବର ଆବୋହାରର ବିଧାୟକ ସନ୍ଦୀପ ଜାଖରଙ୍କୁ ଦଳରୁ ନିଲମ୍ବିତ କରିଛନ୍ତି। ଦଳ ବିରୋଧୀ କାର୍ଯ୍ୟକଳାପରେ ସମ୍ପୃକ୍ତ ଥିବାରୁ ତାଙ୍କୁ ନିଲମ୍ବିତ କରାଯାଇଥିଲା। ସନ୍ଦୀପ ଜାଖର ଗତ ବର୍ଷ କଂଗ୍ରେସ ଛାଡିଥିବା ପଞ୍ଜାବ ଭାଜପା ରାଜ୍ୟ ସଭାପତି ସୁନୀଲ ଜାଖରଙ୍କ ଭଣଜା।
କଂଗ୍ରେସରୁ ନିଲମ୍ବନ ପରେ ସନ୍ଦୀପ ଜାଖରଙ୍କ ବିବୃତ୍ତି ମଧ୍ୟ ସାମ୍ନାକୁ ଆସିଛି। ସେ କହିଛନ୍ତି ଯେ, କଂଗ୍ରେସ ଏକ ବଡ ଦଳ, ଅନ୍ତତଃ ପକ୍ଷେ ନିଲମ୍ବନ ପୂର୍ବରୁ ସେମାନଙ୍କ ପକ୍ଷ ଜଣା ପଡିଥାନ୍ତା। ସେ ଦଳକୁ କ୍ଷମା ମାଗିବେ ନାହିଁ। ସେ ଗୁପ୍ତ ଭାବରେ କୌଣସି କାମ କରିନାହାଁନ୍ତି, ଯାହା କରିଛନ୍ତି ତାହା ଖୋଲାଖୋଲି ଭାବେ କରିଛନ୍ତି। ସେ ଆହୁରି ମଧ୍ୟ ଅବୋହରର ଲୋକଙ୍କୁ ସେବା ଜାରି ରଖିବେ।

Share