ଥାନା ବାରଣ୍ଡାରେ ବସିଲେ ବିଧାୟକ: ଅଭିଯୋଗ ଲେଖିବାକୁ କାଗଜ, କଲମ ଦେଲେ

ଜଗତ୍‌ସିଂହପୁର, ୬ା୭ (ପ୍ରମୋଦ କୁମାର ନାୟକ):ଜଣେ ମହିଳା କୌଣସି ଅଭିଯୋଗ କରିବାକୁ ବିନା ଅଭିଯୋଗପତ୍ର (ଏଫ୍‌ଆଇଆର୍‌ ପେପର)ରେ ବୁଧବାର ଜଗତ୍‌ସିଂହପୁର ଥାନାରେ ପହଞ୍ଚତ୍ଥିଲେ। ଥାନାରେ କାଗଜ ଖଣ୍ଡେ ମାଗିବାରୁ ଜନୈକା ମହିଳା ପୋଲିସ କର୍ମଚାରୀ କହିଥିଲେ,ଏଫ୍‌ଆଇଆର୍‌ ଲେଖିବାକୁ ଆମ ପାଖରେ କାଗଜ, କଲମ ନାହିଁ। ଏହି ସମୟରେ ସମ୍ପୃକ୍ତ ମହିଳା ଜଗତ୍‌ସିଂହପୁର ବିଧାୟକ ଅମରେନ୍ଦ୍ର ଦାସଙ୍କ ନାମ ନେବାରୁ ମହିଳା ପୋଲିସ କର୍ମଚାରୀ ଜଣକ କହିଥିଲେ,ବିଧାୟକଙ୍କୁ କୁହନ୍ତୁ କାଗଜ, କଲମ ଦେବେ। ଏହାପରେ ମହିଳା ଜଣକ ବିଧାୟକଙ୍କୁ ଫୋନ କରି ଏହା ଜଣାଇଥିଲେ। ପ୍ରତ୍ୟୁତ୍ତରରେ ବିଧାୟକ କହିଥିଲେ,ହୁଏତ ଥାନାରେ କାଗଜ, କଲମ ନ ଥାଇପାରେ। ଗୁରୁବାର ମୋର ଥାନାରେ କାମ ଅଛି ଏହି ସମୟରେ ସେଠାକୁ ଯାଇ, କାଗଜ, କଲମ ଦେଇଆସିବି। ଏହି ଅନୁଯାୟୀ, ବିଧାୟକ ତାଙ୍କ କେତେଜଣ ସହଯୋଗୀଙ୍କ ସହ ସେଦିନ ରାତି ପ୍ରାୟ ୧୦ଟା ବେଳେ ୪ ପ୍ୟାକେଟ୍‌ ଏ-୪ ସାଇଜ୍‌ ପେପର ଓ ୨୦ଟି କଲମ ଧରି ଜଗତ୍‌ସିଂହପୁର ଥାନାରେ ପହଞ୍ଚତ୍ଥିଲେ। ବିଧାୟକଙ୍କୁ ଦେଖି ଉପସ୍ଥିତ ଏସ୍‌ଡିପିଓ ଏବଂ ଅନ୍ୟ ପୋଲିସ କର୍ମଚାରୀମାନେ ଥାନା ଅଧିକାରୀଙ୍କ ଚାମ୍ବରକୁ ଆସିବା ପାଇଁ ଡାକିଥିଲେ। କିନ୍ତୁ ବିଧାୟକ ଯାଇ ନ ଥିଲେ। ବାରଣ୍ଡାରେ ବସି କହିଥିଲେ, ଏଫ୍‌ଆଇଆର୍‌ ଲେଖିବା ପାଇଁ ଥାନାରେ କାଗଜ, କଲମ ନ ଥିଲେ, କହିଲେ ସେ ଯୋଗାଇ ଦେବେ। ଏଥିସହ କେହି ଥାନାରେ ପହଞ୍ଚତ୍ ଅଭିଯୋଗଟିଏ ଲେଖିବାକୁ ଚାହିଁଲେ, ବସିବାକୁ ଯଦି ସୁବିଧା ନାହିଁ ତେବେ ସେ କଥା ମଧ୍ୟ ଜଣାନ୍ତୁ। ଜମି ଚିହ୍ନଟ କରି ଦିଅନ୍ତୁ, ଭଗବାନ ତାଙ୍କୁ କ୍ଷମତା ଦେଇଛନ୍ତି ସେ ଘର କରି ଦେଇଦେବେ। କିନ୍ତୁ ଲୋକଙ୍କୁ ଅସମ୍ମାନ କରନ୍ତୁ ନାହିଁ। ବିଧାୟକ ଦାସ ଆହୁରି କହିଥିଲେ, ସରକାର ସାଧାରଣ ଲୋକଙ୍କର। ତେଣୁ ସେମାନଙ୍କୁ ସମ୍ମାନ ଦେବା ଆମ ସରକାରର ପ୍ରାଥମିକତା। ଲୋକଙ୍କ ପ୍ରତି ପୋଲିସର ବ୍ୟବହାର ଠିକ୍‌ ରହୁ ନ ଥିବାରୁ ଛାତ୍ର ଜୀବନରୁ ଥାନାକୁ ଯିବାକୁ ସେ ପସନ୍ଦ କରନ୍ତି ନାହିଁ। ଏବେ କିଛି ଅଭିଯୋଗ ହେବାରୁ ଥାନା ଅଧିକାରୀଙ୍କୁ ଜଣାଇବା ଉଚିତ ଥିଲା। ଯେଉଁ ଲୋକମାନେ ଅଭିଯୋଗ ଲେଖିପାରୁ ନାହାନ୍ତି ସେମାନଙ୍କୁ, ପୋଲିସ ଅଧିକାରୀମାନେ ଲେଖିବା କ୍ଷେତ୍ରରେ ସହଯୋଗ କରିବା ଉଚିତ। କାଗଜ, କଲମ ନ ଥିଲେ ଯୋଗାଇଦେବା ଦରକାର। ପ୍ରତ୍ୟେକ ପୋଲିସ କର୍ମଚାରୀ ଲୋକଙ୍କ ସହ ବନ୍ଧୁତ୍ୱପୂର୍ଣ୍ଣ ବ୍ୟବହାର ପ୍ରଦର୍ଶନ କରିବାକୁ ବିଧାୟକ ପରାମର୍ଶ ଦେଇଥିଲେ।
ଯେ, ନିର୍ବାଚନ ପୂର୍ବରୁ ଅମରେନ୍ଦ୍ର ଆଦର୍ଶ ଆଚରଣ ବିଧି ଅନୁସାରେ ଜଗତ୍‌ସିଂହପୁର ଥାନାରେ ତାଙ୍କ ଲାଇସେନ୍ସପ୍ରାପ୍ତ ବନ୍ଧୁକ ସରେଣ୍ଡର କରିଥିଲେ। ସେତେବେଳେ ଜନୈକ ପୋଲିସ କର୍ମଚାରୀ ତାଙ୍କଠାରୁ ଥାନାର ଏହି ବାରଣ୍ଡାରେ ବନ୍ଧୁକଟିକୁ ଗ୍ରହଣ କହିଥିଲେ। ଯେହେତୁ ସେତେବେଳେ ସେ ସାଧାରଣ ଜନତା ଥିଲେ, ଏବେ ବିଧାୟକ ହୋଇଥିଲେ ମଧ୍ୟ ଆଇଆଇସିଙ୍କ ଚାମ୍ବରକୁ ନ ଯାଇ ସାଧାରଣ ଜନତାଙ୍କ ପରି ତାଙ୍କ ବନ୍ଧୁକ ନେବା ପାଇଁ ଯୁକ୍ତି ଉପସ୍ଥାପନ କରିଥିଲେ। ଆଇଆଇସି ଗୋକୁଳ ରଞ୍ଜନ ଦାସ ପୁରୀ ରଥଯାତ୍ରାରେ ଡ୍ୟୁଟିରେ ଯାଇଥିବାରୁ ସେ ଅନୁପସ୍ଥିତ ଥିଲେ। ଏଣୁ ଅଭିଯୋଗ ପାଇଁ ଥାନାରେ କାଗଜ, କଲମ ନ ଥିବା ସମ୍ପର୍କରେ ତାଙ୍କ ପ୍ରତିକ୍ରିୟା ମିଳିପାରିନାହଁି। ଏସ୍‌ପି ରାହୁଲ ପି.ଆର୍‌ ଏସମ୍ପର୍କରେ ଅନୁଧ୍ୟାନ କରି ପରବର୍ତ୍ତୀ ପଦକ୍ଷେପ ନେବେ ବୋଲି କହିଛନ୍ତି।

Share