ବରୀ,୧।୯(ଡି.ଏନ୍.ଏ.): ଯାଜପୁର ଜିଲା ବରୀ ବିଧାୟିକା ସୁନନ୍ଦା ଦାସ କରୋନା ସଂକ୍ରମିତ ହୋଇଛନ୍ତି। ଏନେଇ ସେ ମଙ୍ଗଳବାର ଟୁଇଟ୍ କରି ସୂଚନା ଦେଇଛନ୍ତି। ତାଙ୍କର ସ୍ବାସ୍ଥ୍ୟାବସ୍ଥା ସ୍ଥିର ଥିବା ବେଳେ ସେ ଏବେ ହୋମ୍ ଆଇସୋଲେଶନରେ ଅଛନ୍ତି। କିଛି ଦିନ ଭିତରେ ତାଙ୍କ ସଂସ୍ପର୍ଶରେ ଆସିଥିବା ଲୋକମାନେ ଆବଶ୍ୟକସ୍ଥଳେ ତାଙ୍କର ପରୀକ୍ଷା କରାଇ ନିଅନ୍ତୁ ବୋଲି ସେ କହିଛନ୍ତି।