Categories: ଜାତୀୟ

ସିନ୍ଧେଙ୍କୁ ସମର୍ଥନ କରୁଥିବା ବିଧାୟକଙ୍କୁ କେନ୍ଦ୍ର ସରକାରଙ୍କ ସୁରକ୍ଷା, ଘର ବାହାରେ ସିଆର୍‌ପିଏଫ୍‌ ଯବାନ…

ମୁମ୍ବାଇ, ୨୬।୬ : ମହାରାଷ୍ଟ୍ରରେ ଚାଲିଥିବା ରାଜନୈତିକ ଅସ୍ଥିରତା ମଧ୍ୟରେ ବର୍ତ୍ତମାନ କେନ୍ଦ୍ର ସରକାର ଏକନାଥ ସିନ୍ଧେଙ୍କୁ ସମର୍ଥନ କରୁଥିବା ୧୬ ଜଣ ବିଧାୟକଙ୍କୁ ସୁରକ୍ଷା ଯୋଗାଇବ। ସଦ୍ୟତମ ସୂଚନା ଅନୁଯାୟୀ ବିଭିନ୍ନ ଅଞ୍ଚଳରେ ଭଙ୍ଗାରୁଜା ଘଟଣା ସାମ୍ନାକୁ ଆସିବା ପରେ ସୁରକ୍ଷା ଯୋଗାଇବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି।

ସେମାନଙ୍କୁ ଓ୍ବାଇ ପ୍ଲସ୍‌ ଶ୍ରେଣୀ ସୁରକ୍ଷା ପ୍ରଦାନ କରାଯିବ। ବିଧାୟକଙ୍କ ଘର ବାହାରେ ସିଆର୍‌ପିଏଫ୍‌ ଯବାନ ନିୟୋଜିତ ହେବେ। ମୁମ୍ବାଇରେ ଶିବ ସୈନିକ ଏକନାଥ ସିନ୍ଧେଙ୍କ ଦଳ ବିରୋଧରେ ସାମନା କାର୍ଯ୍ୟାଳୟ ସମ୍ମୁଖରେ ପ୍ରଦର୍ଶନ କରିଥିଲେ। ଏକ ବାଇକ ରାଲିରେ ଶିବ ସୈନିକ ସିନ୍ଧେଙ୍କ ବିରୋଧରେ ସ୍ଲୋଗାନ ଦେଇଥିଲେ।

Share