ଭୁବନେଶ୍ୱର,୨୩।୪(ବ୍ୟୁରୋ): ଆଜି ପବିତ୍ର ଅକ୍ଷୟ ତୃତୀୟା। ଏହ ଅବସରରେ ମାଟି ମା’କୁ ପୂଜା କରି ଚଷାପୁଅ ଅଖିମୁଠି ଅନୁକୂଳ କରିଥାଏ । ଏହି ଅବସରରେ ଖୋର୍ଦ୍ଧା ଛତାବରରେ ଜଟଣୀ ବିଧାୟକ ସୁର ରାଉତରାୟ ଅଖିମୁଠି ଅନୁକୂଳ କରିଛନ୍ତି । ଏହି ସମୟରେ ତାଙ୍କର ଦୁଇ ପୁଅ ସିଦ୍ଧାର୍ଥ ଓ ମନ୍ମଥ ଉପସ୍ଥିତ ଥିଲେ । ଦୁଇ ପୁଅ ଦୁଇଟି ହଳ ସାହାଯ୍ୟରେ ପାରମ୍ପରିକ ବେଶଭୂଷାରେ ଚାଷ କରିଥିଲେ । ବ୍ରାହ୍ମଣଙ୍କ ଦ୍ୱାରା ପୂଜା ପାଠ ପରେ ଅଖିମୁଠି ବୁଣିଥିଲେ ସୁର ରାଉତରାୟ ।