ହସେଇଲେ ବିଧାୟକ ତାରାପ୍ରସାଦ ବାହିନୀପତି

କୋକସରା,୧୧ା୧(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ୍‌ସ୍ତରୀୟ କଳାହାଣ୍ଡି ଉତ୍ସବ ଶୁକ୍ରବାର ଉଦ୍‌ଯାପିତ ହୋଇଯାଇଛି। ବ୍ଲକ୍‌ ଅଧ୍ୟକ୍ଷା ରୀତା ଅଗ୍ରୱାଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବର ଶେଷ ସାରେ ମୁଖ୍ୟ ଅତିଥି ଭାବେ ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି ଯୋଗଦେଇ ମନ ମତାଣିଆ ଅଭିଭାଷଣରେ ଉପସ୍ଥିତ ଦର୍ଶକଙ୍କୁ ହସର ଖୋରାକ ଯୋଗାଇଥିଲେ। ଏହା କୌଣସି ବ୍ଲକ୍‌ସ୍ତରୀୟ ନୁହେଁ, ବରଂ ଜିଲାସ୍ତରୀୟ ଉତ୍ସବରୁ କମ୍‌ ନୁହେଁ ବୋଲି କହି ବ୍ଲକ୍‌ ପ୍ରଶାସନ ଓ ଆୟୋଜକ କମିଟିକୁ ପ୍ରଶଂସା କରିଥିଲେ। ସମ୍ମାନିତ ଅତିଥି ଭାବେ ଖରିଆର ବିଧାୟକ ଅଧିରାଜ ପାଣିଗ୍ରାହୀ, ପୂର୍ବତନ ମନ୍ତ୍ରୀ ପୁଷ୍ପେନ୍ଦ୍ର ସିଂଦେଓ, କୋକସରା ବିଡିଓ ଡ. ହିମାଞ୍ଚଳ ମାଝୀ ଉପସ୍ଥିତ ଥିଲେ। ଏହି ଅବସରରେ କୋକସରା ନାଗରିକ ସମାଜ ପକ୍ଷରୁ ବିଡିଓ ମାଝୀ, ବ୍ଲକ୍‌ ଅଧ୍ୟକ୍ଷା ରୀତା ଅଗ୍ରୱାଲ ଓ ବ୍ଲକ୍‌ ଉପାଧ୍ୟକ୍ଷ ରାଜୀବ ଅଗ୍ରୱାଲଙ୍କୁ ଉପଢୌକନ ଓ ମାନପତ୍ର ଦେଇ ସମ୍ମାନିତ କରାଯାଇଥିଲା। ଏହାସହ ମଞ୍ଚରେ କାର୍ଯ୍ୟ କରିଥିବା ଉପେନ୍ଦ୍ର ନାଏକ ଗ୍ରୁପ୍‌, ଟେଣ୍ଟ ହାଉସର ଫାଲ୍‌ଗୁନୀ ରାଉତ, ଖାଦ୍ୟ ପରିଚାଳନାରେ ସହଯୋଗ ପାଇଁ ବିଶ୍ୱନାଥ ପଟ୍ଟନାୟକ ଗ୍ରୁପ୍‌କୁ ଉତ୍ସବ କମିଟି ପକ୍ଷରୁ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ପରେ ଲୋକପ୍ରିୟ ଗାୟିକା ଅର୍ଚ୍ଚନା ପାଢ଼ୀଙ୍କ ବଂଶୀବାଲେ ଗୀତ ଓ ଅମର ଦାସଙ୍କ ‘କାଣା ହିଁ ଗଲା ସଜନୀ କେ’ ଗୀତରେ ଦର୍ଶକ ଝୁମି ଉଠିଥିଲେ। କାର୍ଯ୍ୟକ୍ରମରେ ବ୍ଲକ୍‌ ଉପାଧ୍ୟକ୍ଷ ରାଜୀବ ଅଗ୍ରୱାଲଙ୍କ ସମେତ ବ୍ଲକ ବିଏସ୍‌ଏସ୍‌ଓ ଦୀପକ କୁମାର ବେହେରା, ଭାରପ୍ରାପ୍ତ ଜିପିଡିଓ ବିରଞ୍ଚି ଖରସେଲ ପ୍ରମୁଖ ସହଯୋଗ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର! ସରକାର ଆଣିବେ ନୂଆ ଯୋଜନା

ନୂଆଦିଲ୍ଲୀ,୧୫।୪: ଅଷ୍ଟମ ବେତନ କମିଶନ ଘୋଷଣା ପରେ, କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ପେନସନଭୋଗୀଙ୍କ ଆଶା ପୁଣି ଥରେ ବୃଦ୍ଧି ପାଇଛି। ଚଳିତ ବର୍ଷ ଜାନୁଆରୀରେ,...

ଥାନା ସ୍ଥାପନ ଦାବି ତେଜିଲା

ଦେବଗଡ଼,୧୫।୪(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା ବାରକୋଟ ବ୍ଲକ ଅନ୍ତର୍ଗତ କଣ୍ଢଳ ଗ୍ରାମରେ ଥାନା କିମ୍ବା ପୋଲିସ ଫାଣ୍ଡି ସ୍ଥାପନ ପାଇଁ ଅଞ୍ଚଳବାସୀଙ୍କ ପକ୍ଷରୁ ସରକାରଙ୍କ...

ବାଂଲାଦେଶ ଗସ୍ତ ପାଇଁ କାର୍ଯ୍ୟସୂଚୀ ଘୋଷଣା: ଜାଣନ୍ତୁ କେବେ ଭେଟିବ ଭାରତ

ନୂଆଦିଲ୍ଲୀ,୧୫।୪: ଭାରତୀୟ କ୍ରିକେଟ ଦଳ ଅଗଷ୍ଟରେ ବାଂଲାଦେଶ ଗସ୍ତରେ ୩ଟି ଦିନିକିଆ ଏବଂ ୩ଟି ଟି-୨୦ ମ୍ୟାଚର ସିରିଜ ଖେଳିବ। ଏହି ଗସ୍ତ ଦିନିକିଆ ସିରିଜ...

ଅଗ୍ନି ସୁରକ୍ଷା ପ୍ରତି ସମର୍ପିତ ହୁଅ

ସମ୍ବଲପୁର,୧୫ା୪(ପ୍ରମୋଦ ବହିଦାର): ସୁରକ୍ଷିତ ମାନବସମ୍ବଳ ଦ୍ୱାରା ଦେଶର ଆର୍ଥତ୍କ ଉନ୍ନତି ଓ ପ୍ରଗତି ସମ୍ଭବ। ସମ୍ବଲପୁର ରିଜର୍ଭ ପୋଲିସ ଲାଇନ୍‌ ପଡ଼ିଆରେ ଜିଲା ଅଗ୍ନିଶମ ବିଭାଗ...

ପାଣି ପାଇଁ ଛଟପଟ ଗ୍ରାମବାସୀ

ଝାରସୁଗୁଡ଼ା,୧୫।୪(ଆଶିଷ ରଞ୍ଜନ ଦାଶ): ଝାରସୁଗୁଡ଼ା ଜିଲା ସଦର ବ୍ଲକ ଅଧୀନ କୁ. କଣ୍ଟାପାଲି ଗ୍ରାମରେ ଥିବା ଜଳ ଯୋଗାଣ ବିଭାଗ ଟ୍ରାନ୍ସଫର୍ମର ଗତ ବୁଧବାର ରାତିଠାରୁ...

ମଦ ଚୋରାଚାଲାଣ ବେଳେ ଧରିଲେ ଗ୍ରାମବାସୀ

ବେହେରା,୧୫ା୪ (ଭୂପେଶ ତିୱାରୀ): କଳାହାଣ୍ଡି ଜିଲା ଧର୍ମଗଡ ବ୍ଲକ ବେହେରାଠାରେ ଥିବା ବିଦେଶୀ ମଦ ଦୋକାନର ଦୁଇଜଣ କର୍ମଚାରୀ ବିଦେଶୀ ମଦ ଚୋରା ଚାଲାଣ କରୁଥିବା...

ଅଧିକ ପାଠପଢ଼ି ଭବିଷ୍ୟତ ଉଜ୍ଜ୍ୱଳ ଲାଗି ଆହ୍ବାନ

ଭଞ୍ଜନଗର,୧୫।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ ପଦାର୍ଥ ବିଜ୍ଞାନ ବିଭାଗର ଯୁକ୍ତ ୩ ଶେଷ ବର୍ଷ ଛାତ୍ରୀ ଛାତ୍ରଙ୍କୁ...

ସେବାଶ୍ରମ ଛାତ୍ରୀଛାତ୍ରଙ୍କୁ ମହୁମାଛି ଆକ୍ରମଣ: ୪୦ରୁ ଉର୍ଦ୍ଧ୍ୱ ଛାତ୍ରୀଛାତ୍ରଙ୍କୁ କାମୁଡିଲା, ୪ ଗୁରୁତର

ଦାରିଙ୍ଗବାଡି, ୧୫।୪ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବାଡାବାଙ୍ଗା ପଞ୍ଚାୟତରେ ଥିବା ସେବାଶ୍ରମରେ ମହୁମାଛି ଆକ୍ରମଣରେ ପ୍ରାୟ ୪୦ରୁ ଉର୍ଦ୍ଧ ଛାତ୍ରୀଛାତ୍ର ଆହତ ହୋଇଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image