ଗଣିତ ପଢ଼ାଇଲେ ବିଧାୟକ

କୋରାପୁଟ,୨।୭: କୋରାପୁଟ ବିଧାୟକ ରଘୁରାମ ମାଛ ମଙ୍ଗଳବାର ସେମିଲିଗଡାରେ ଥିବା ଆର କେ ବାଳିକା ଉଚ୍ଚ ବିଦ୍ୟାଳୟରେ ପାଠ ପଢାଇଛନ୍ତି । ସେ ପିଲାଙ୍କୁ ଗଣିତ ପଚାରିବା ସହିତ ଗଣିତ ପଢାଇଥିଲେ । ଏହା ସହ ସେ କହିଛନ୍ତି ନିଜ ଉପରେ ଆତ୍ମବିଶ୍ୱାସ ରଖିଲେ ଜଣେ ସଫଳତା ପାଇବ। ତାଙ୍କ ଉଦାହରଣ ଦେଇ ସେ କହିଛନ୍ତି, ସେ ପାଠ ପଢୁଥିବାବେଳେ କ୍ଲାସରେ ତୃତୀୟ ସ୍ଥାନରେ ରହୁଥିଲେ । ପରେ ସେ ଶିକ୍ଷକତା କରିଥିଲେ। ମାତ୍ର ଆଜି ସେ ବିଧାୟକ ହୋଇପାରିଛନ୍ତି । ଶିକ୍ଷକ ହେବା ପାଇଁ ତାଙ୍କର ଇଚ୍ଛା ରହିଛି । ସମୟ ମିଳିଲେ ସେ ପିଲାଙ୍କୁ ପାଠ ପଢାଇବାକୁ ଇଚ୍ଛା ରଖିଛନ୍ତି ବୋଲି କହିଛନ୍ତି । ଅନେକ ସ୍କୁଲରେ ଅବ୍ୟବସ୍ଥା ରହିଛି । ଏହାର ସମାଧାନ କରାଯିବ ବୋଲି ବିଧାୟକ ମାଛ କହିଛନ୍ତି ।

Share