ଆହତଙ୍କୁ ମେଡିକାଲ ନେଲେ ବିଧାୟକ

ଗଞ୍ଜାମ,୧୪ା୯(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅଧୀନ ଝାରେଡି ରାଧା ଗୋବିନ୍ଦପୁର ପଞ୍ଚାୟତ ସିପକୁଦା ଗ୍ରାମର ସଦାନନ୍ଦ ନାହାକ ବାଇକରେ ଯାଉଥିବାବେଳେ ଦୁର୍ଘଟଣାଗ୍ରସ୍ତ ହୋଇ ରାସ୍ତାରେ ପଡି ରହିଥିଲେ। ଏହି ସମୟରେ ଉକ୍ତ ରାସ୍ତା ଦେଇ ଯାଉଥିବା ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା ତାଙ୍କୁ ନିଜ କାରରେ ଛତ୍ରପୁର ମେଡିକାଲକୁ ନେଇଥିଲେ। ବିଧାୟକଙ୍କ ଏପରି କାର୍ଯ୍ୟକୁ ବିଭିନ୍ନ ମହଲରୁ ପ୍ରଶଂସା କରାଯାଇଛି।