ବିଧାୟକ ବିଷ୍ଣୁ ସେଠୀ କରୋନା ଆକ୍ରାନ୍ତ

ଭଦ୍ରକ ଅଫିସ,୪ା୭: ଭଦ୍ରକ ଜିଲା ଧାମନଗର ବିଧାୟକ ତଥା ବିରୋଧୀ ଦଳର ଉପନେତା ବିଷ୍ଣୁ ସେଠୀ କରୋନାରେ ଆକ୍ରାନ୍ତ ହୋଇ ଭୁବନେଶ୍ୱରସ୍ଥିତ ଏମ୍‌ସରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଛନ୍ତି। ଡାଇବେଟିସ୍‌ ବୃଦ୍ଧି ହୋଇଥିବାରୁ ନିଜକୁ ଅସୁସ୍ଥତା ଅନୁଭବ କରି ଚିକିତ୍ସା ପରେ ସେ କରୋନା ଆକ୍ରାନ୍ତ ଥିବା ଜଣାପଡ଼ିଥିଲା। ଅଞ୍ଚଳବାସୀ ଓ ଶ୍ରୀରାମ ମହାଯଜ୍ଞ ସମିତି ପକ୍ଷରୁ ତାଙ୍କର ଆରୋଗ୍ୟ କାମନା କରାଯାଇଛି।

Share