ସ୍ମାର୍ଟ ସ୍କୁଲ ପରିଦର୍ଶନ କଲେ ବିଧାୟକ

କୋକସରା,୫।୮(ଡି.ଏନ.ଏ.): କଳାହାଣ୍ଡି ଜିଲା କୋକସରା ବ୍ଲକ ସଦର ଜବାହର ଉଚ୍ଚ ବିଦ୍ୟାଳୟ ସ୍ମାର୍ଟ ସ୍କୁଲରେ ରୂପାନ୍ତରିତ ହୋଇଛି। ଶୁକ୍ରବାର ଧର୍ମଗଡ ବିଧାୟକ ମୌଷଧି ବାଗ ସ୍ମାର୍ଟ ସ୍କୁଲ ପରିଦର୍ଶନ କରିଛନ୍ତି। ପ୍ରଥମେ ସେ ସ୍ମାର୍ଟ ଶ୍ରେଣୀ ଗୃହରେ ପଢ଼ୁଥିବା ଛାତ୍ରଛାତ୍ରୀଙ୍କ ସହ ଶୈକ୍ଷିକ ବାତାବରଣ ଓ ସ୍ମାର୍ଟ ସ୍କୁଲରେ ଶିକ୍ଷାଦାନକୁ ନେଇ ପଚାରି ବୁଝିଥିଲେ। ପରେ ସ୍ମାର୍ଟ ସ୍କୁଲ ଲାଇବ୍ରେରି, ବିଜ୍ଞାନଗାର, ଶୌଚାଳୟ ଓ ସ୍କୁଲ ପରିବେଶ ପରିଦର୍ଶନ କରିଥିଲେ। ସ୍କୁଲ ପ୍ରଧାନ ଶିକ୍ଷକ ସୁଧୀର କୁମାର ପଣ୍ଡାଙ୍କ ସହ ସ୍କୁଲ ଅନ୍ୟ ବିଷୟରେ ଆଲୋଚନା କରିଛନ୍ତି। ସ୍କୁଲ ପ୍ରଧାନ ଶିକ୍ଷକ ବିଧାୟକଙ୍କୁ ଖାଲି ଥିବା ପିଜିଟି ଶିକ୍ଷକ ପଦବୀ ପୂରଣ କରିବାକୁ ଅନୁରୋଧ କରିଥିବା ଜଣାପଡିଛି। ବିଧାୟକଙ୍କ ସହ କୋକସରା ବିଜେଡି ବ୍ଲକ ସଭାପତି ସୁଶାନ୍ତ କୁମାର ବେହେରା ଉପସ୍ଥିତ ରହିଥିଲେ।