ଭଦ୍ରକ ଅଫିସ,୨୦।୧୧: ଭଦ୍ରକ ପୌରପାଳିକାରେ ବିଭିନ୍ନ ଉନ୍ନୟନ କାର୍ଯ୍ୟରେ ବାଧା ଦେଉଛନ୍ତି ବିଧାୟକ। ବିଧାୟକଙ୍କ ସମର୍ଥନରେ ଥିବା କାଉନସିଲର ମାନେ ସହଯୋଗ କରୁନାହାନ୍ତି । ୱାର୍ଡକୁ ପରିଦର୍ଶନ ଓ ଲୋକଙ୍କ ସମସ୍ୟା ବୁଝିବାକୁ ଗଲେ କାଉନସିଲର ଦେଖା ଦେଉନାହାନ୍ତି । ବିଧାୟକଙ୍କୁ ଲୁଚି ଦେଖା କରୁଛନ୍ତି କିନ୍ତୁ ଖୋଲାଖୋଲି ସହଯୋଗ କରୁନାହାନ୍ତି । ଖବରଦାତା ସମ୍ମିଳନୀରେ ଏମିତି ଅଭିଯୋଗ କରିଛନ୍ତି ପୌରାଧ୍ୟକ୍ଷା ଗୁଲମକ୍କି ହବିବ । ଦୀର୍ଘ ୮ ମାସ ପରେ ୯ ଗୋଟି ବୈଠକ ପରେ ଟେଣ୍ଡର ହେବାକୁ ସିଦ୍ଧାନ୍ତ ହୋଇଛି ବିଧାୟକଙ୍କ ଏପରି କାର୍ଯ୍ୟ ଯୋଗୁ ଉନ୍ନୟନ କାର୍ଯ୍ୟ ସୁରୁଖୁରୁରେ ହୋଇପାରୁନାହିଁ । ତାଙ୍କର କୌଣସି କାର୍ଯ୍ୟରେ ମୁଁ ବାଧା ଦେଉ ନ ଥିବା ବେଳେ ସେ ମୋ କାମରେ କାହିଁକି ବାଧା ଦେଉଛନ୍ତି ବୋଲି ପ୍ରଶ୍ନ କରିଛନ୍ତି ?