ବଢୁଛି ମେଣ୍ଟ ସସ୍‌ପେନ୍ସ: ବିଧାୟକ ମୋହନ ମାଝୀଙ୍କ ଘରେ ଭାଜପା ବିଧାୟକଙ୍କ ମେଳି

ଭୁବନେଶ୍ୱର,୧୧।୩: ବିଜେଡି-ଭାଜପା ମେଣ୍ଟ ଚର୍ଚ୍ଚା ଉପରୁ ପରଦା ଉଠୁନି। ଏହି ସମୟରେ ଭାଜପା ବିଧାୟକ ମୋହନ ମାଝୀଙ୍କ ଭୁବନେଶ୍ୱର ବାସଭବନରେ ୫ ବିଧାୟକଙ୍କ ଏକାଠି ହେବାକୁ ନେଇ ସସ୍‌ପେନ୍ସ ତୀବ୍ର ହୋଇଛି। ବୈଠକରେ କସୁମ ଟେଟେ, ବୁଦ୍ଧାନ ମୁର୍ମୁ, ଭାସ୍କର ମଡେଇ,ନାରାୟଣ ରାୟ ସାମିଲ। ତେବେ କେଉଁ ବିଷୟରେ ଆଲୋଚନା ହେଉଛି ସେନେଇ କୌଣସି ସ୍ପଷ୍ଟ ସୂଚନା ନାହିଁ।
ଅନ୍ୟପଟେ, ରାଜ୍ୟପାଳ ରଘୁବର ଦାସ ଦିଲ୍ଲୀ ଗସ୍ତରେ ଯାଇ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍‌ ଶାହଙ୍କୁ ଭେଟିଛନ୍ତି। ଯାହାକୁ ନେଇ ନେଇ ନାନାଦି ଚର୍ଚ୍ଚା ଜୋର ଧରିଛି।

 

Share