Categories: ଜାତୀୟ

ନିଜକୁ ଗୁଳି ମାରିଲେ ବିଧାୟକଙ୍କ ପୁଅ: ସୁଇସାଇଡ୍‌ ନୋଟ୍‌ରେ ଲେଖିଲେ…

ଭୋପାଳ,୧୨।୧୧:ମଧ୍ୟପ୍ରଦେଶର ଜବଲପୁରରେ ଏକ ଅଭାବନୀୟ ଘଟଣା ଘଟିଛି। କଂଗ୍ରେସ ବିଧାୟକ ସଞ୍ଜୟ ଯାଦବଙ୍କ ୧୭ ବର୍ଷୀୟ ପୁଅ ବିଭବ ନିଜକୁ ଗୁଳି ମାରି ଆତ୍ମହତ୍ୟା କରିଛନ୍ତି। ଏହାପୂର୍ବରୁ ଏକ ସୁଇସାଇଡ୍‌ ନୋଟ୍‌ ଲେଖି ୫ ଜଣଙ୍କୁ ପଠାଇଥିଲେ।
ସୂଚନାଯୋଗ୍ୟ, ବିଭବ ଯୁକ୍ତ ଦୁଇରେ ପାଠ ପଢୁଥିଲେ। ଘଟଣାଦିନ ସେ ବାପାଙ୍କ ରିଭଲଭର ନେଇ ନିଜ ଉପରକୁ ଗୁଳି ଚଳାଇଥିଲେ। ପରେ ଗୁରୁତର ଅବସ୍ଥାରେ ତାଙ୍କୁ ହସ୍ପିଟାଲରେ ଭତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ତେବେ ତାଙ୍କ ଫୋନରୁ ଏକ ସୁଇସାଇଡ୍‌ ନୋଟ୍‌ ଜବତ କରାଯାଇଛି। ସେଥିରେ ଲେଖାଯାଇଛି, ମୋ ସାଙ୍ଗ ଉପରକୁ ଯାଇଛି, ମୁଁ ତା’ ପାଖକୁ ଯାଉଛି। ମୋ ବାପା-ମା’ ବୁହୁତ ଭଲ। ମୋର ଏହି ଘଟଣା ପାଇଁ କେହି ଦାୟୀ ନୁହେଁ ବୋଲି ନୋଟ୍‌ରେ ଲେଖାଯାଇଛି।
୨୦୧୮ ବିଧାନସଭାରେ ନିର୍ବାଚନରେ ପ୍ରଥମଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ ସଞ୍ଜୟ ଯାଦବ। ଘଟଣାଦିନ ଘରର ଚାକର ଛାଡି ଆଉ କେହି ନ ଥିଲେ।

Share