Categories: ଜାତୀୟ

‘ ବିଧାୟକଙ୍କୁ ଇସ୍ତଫା ଦେବା ପାଇଁ ବାଧ୍ୟ କରାଯାଇଥିଲା ’

ନୂଆଦିଲ୍ଲୀ,୨୪।୨: କଂଗ୍ରେସରୁ ଇସ୍ତଫା ଦେବା ଲାଗି ବିଧାୟକଙ୍କୁ ବାଧ୍ୟ କରାଯାଇଥିଲା। ମୋ ପାଖରେ ଏହାର ପ୍ରମାଣ ଅଛି ବୋଲି ବୁଧବାର ଏକ ସାକ୍ଷାତ୍‌କାରରେ କହିଛନ୍ତି ପୁଡୁଚେରୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଭି. ନାରାୟଣସ୍ବାମୀ। ବିଧାୟକଙ୍କ ଇସ୍ତଫା କାରଣରୁ ସୋମବାର ତାଙ୍କ ସରକାର ଭାଙ୍ଗି ଯାଇଛି।

ସାଢ଼େ ଚାରି ବର୍ଷ ସରକାରରେ ଥିବା କଂଗ୍ରେସ ୪ ବିଧାୟକଙ୍କ ଇସ୍ତଫା ଯୋଗୁ ହରାଇଛି ସଂଖ୍ୟା ଗରିଷ୍ଠତା। ଇସ୍ତଫା ଦେଇଥିବା ବିଧାୟକଙ୍କ ମଧ୍ୟରୁ ୩ ଜଣ ମୁଖ୍ୟମନ୍ତ୍ରୀ ପଦ ନାରାୟଣସ୍ବାମୀଙ୍କୁ ଦିଆଯିବାରୁ ଖୁସିରେ ନ ଥିଲେ। ଏହାକୁ ଅସ୍ବୀକାର କରି ନାରାୟଣସ୍ବାମୀ କହିଛନ୍ତି, ବିଧାୟକମାନେ ୪ ବର୍ଷ ହେଲା ମୋ ସହ ଥିଲେ। ବର୍ତ୍ତମାନ ସେମାନେ ମୋ ବିରୋଧରେ ଅଭିଯୋଗ କରୁଛନ୍ତି। ସେମାନଙ୍କ ଉପରେ ଚାପ ପକା ଯାଇଛି। ମୋ ପାଖରେ ପ୍ରମାଣ ଅଛି। ଜଣେ ବିଧାୟକ ଇସ୍ତଫା ଦେବା ପୂର୍ବରୁ ମୋ ପାଖକୁ ଆସି କହିଥିଲେ, ”୨୨ କୋଟି ଟଙ୍କାର ଟ୍ୟାକ୍ସ ଠାକେଇ କରିଛି। ଯଦି ମୁଁ କଂଗ୍ରେସରୁ ଇସ୍ତଫା ଦିଏ, ତେବେ ମାମଲାକୁ ବନ୍ଦ କରିଦିଆଯିବ। “

Share