ଦ୍ରୌପଦୀ ମୁର୍ମୁଙ୍କୁ ସମ୍ବର୍ଦ୍ଧନା ପାଇଁ ଦିଲ୍ଲୀ ଗଲେ ବିଧାୟକ: ଆଜି ପୂର୍ବାହ୍ନ ସାଢ଼େ ୧୧ଟାରେ ଭେଟିବେ

ଭୁବନେଶ୍ୱର,୩ା୮ବ୍ୟୁରୋ): ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଦେବା ପାଇଁ ମଙ୍ଗଳବାର ବାଚସ୍ପତି ବିକ୍ରମ କେଶରୀ ଆରୁଖଙ୍କ ସମେତ ୨୪ ଜଣ ବିଜେଡି, ଭାଜପା ଓ କଂଗ୍ରେସ ବିଧାୟକ ଟିମ୍‌ ନୂଆଦିଲ୍ଲୀ ଗସ୍ତ କରିଛନ୍ତି। ଏହି ପ୍ରତିନିଧି ମଣ୍ଡଳୀରେ ବିଜେଡିର ୧୫ ଜଣ, ଭାଜପାର ୬ ଜଣ ଓ କଂଗ୍ରେସର ୩ ଜଣ ବିଧାୟକ ଦିଲ୍ଲୀ ଗସ୍ତ କରିଛନ୍ତି। ବୁଧବାର ପୂର୍ବାହ୍ନ ୧୧ଟା ୩୦ ମିନିଟରେ ରାଷ୍ଟ୍ରପତି ଭବନରେ ମୁର୍ମୁଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି। ଏହି ଟିମ୍‌ ସହିତ ବିଧାନସଭା ସଚିବଙ୍କ ସମେତ ୪ ଜଣ ଅଧିକାରୀ ମଧ୍ୟ ଯାଇଛନ୍ତି।

Share